ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ଧର୍ମ ପରିବର୍ତ୍ତନ ପାଇଁ ପ୍ରକାର କରୁଥିବା ଅଭିଯୋଗ ଅଭିଯୋଗ ହୋଇଛି। ଏହାକୁ ବିରୋଧ କରି କଳାହାଣ୍ଡି ପୂର୍ବତନ ସାଂସଦ ବସନ୍ତ ପଣ୍ଡା ଜୋଙ୍କ ଥାନାରେ ଧାରଣାରେ ବସି ଧର୍ମ ପରିବର୍ତ୍ତନ ପ୍ରଚାରକାରୀଙ୍କୁ ଗିରଫ ଦାବି କରିଥିଲେ। ଏହି ଘଟଣାରେ ଜୋଙ୍କ ପୁଲିସ ତଦନ୍ତ କରି କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀଙ୍କ ସହ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି।
ସୂଚନା ମୁତାବକ, ଗତ କିଛି ମାସ ହେବ ନୂଆପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ଧର୍ମ ପରିବର୍ତ୍ତନ ପାଇଁ କିଛି ଲୋକେ ପ୍ରଚାର କରୁଥିବା ଅଭିଯୋଗ ହୋଇଛି। ଏଥିରେ ନୂଆପଡ଼ା ବ୍ଲକର ବିଭିନ୍ନ ଅଂଚଳରେ ଖଡ଼ିଆଳ କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ଚନ୍ଦ୍ର ମୋହନ ମାଝୀ (୪୦), ରାୟପୁର ସହରର ଟି ସ୍ବମୀନାଥ (୩୯) ଓ ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ସହରର ପିଟର କୁଜୁର (୫୦) ପ୍ରମୁଖ ଧର୍ମ ପ୍ରଚାର କରୁଥିବା ଅଭିଯୋଗ ହୋଇଥିଲା । ଏହି ୩ ଜଣ ବ୍ୟକ୍ତି ଜିଲ୍ଲାର ବିଭିନ୍ନ ବ୍ଳକର ଗାଁକୁ ଯାଇ ଲୋକଙ୍କୁ ଖ୍ରୀଷ୍ଟିଆନ ଧର୍ମରେ ପରିବର୍ତ୍ତନ ହେବା ପାଇଁ ପ୍ରଚାର କରୁଥିଲେ। ଗତକାଲି ଖରିଆରରୋଡ଼ ସହର ମଙ୍ଗରପାଳିରେ ଉକ୍ତ ୩ ଜଣ ବ୍ୟକ୍ତି ଖ୍ରୀଷ୍ଟିଆନ ଧର୍ମ ପାଇ ପ୍ରଚାର କରୁଥିଲେ। ଏହି ସମୟରେ କିଛି ଲୋକ ସେମାନଙ୍କୁ ଧରି ଜୋଙ୍କ ଥାନାରେ ଜିମା ଦେଇଥିଲେ। ପୁଲିସ ତଦନ୍ତ ନକରି ସେମାନଙ୍କୁ ଛାଡି ଦେଇଥିଲା। ଏହା ଜାଣିବା ପରେ ଗତକାଲି ଅପରାହ୍ନରେ ଖବର ପାଇ କଳାହାଣ୍ଡିର ପୂର୍ବତନ ସାଂସଦ ବସନ୍ତ ପଣ୍ଡା, ସରୋଜ ସାହୁ, ହରଶ୍ଚନ୍ଦ୍ର ପଣ୍ଡା ସହ ଖରିଆର ରୋଡ଼ର କିଛି ବ୍ୟକ୍ତି ଖରିଆର ରୋଡ଼ ଥାନା ଆଗରେ ଧାରଣା ଦେଇଥିଲେ। ଜିଲ୍ଲାରେ ଆସି ଧର୍ମ ପରିବର୍ତ୍ତନ କରୁଥିବା ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରହିଥିଲେ।
ଏହି ଘଟଣା ଉପରେ ଶ୍ରୀ ପଣ୍ଡା ଏସପି ଜିଆର ରାଘବେନ୍ଦ୍ରଙ୍କୁ ମଧ୍ୟ ଆଲୋଚନା କରିଥିଲେ। ପରେ ଖରିଆର ରୋଡ଼ ପୁଲିସ ଆଜି ଏକ ମାମଲା ରୁଜୁ କରି ଖରିଆର କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ଚନ୍ଦ୍ର ମୋହାନ ମାଝୀ, ଛତିଶଗଡ଼ ରାୟପୁର ଟି ସ୍ବାମୀନାଥ ଓ ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ଗ୍ରାମର ପିଟର କୁଜୁରଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛନ୍ତି। ଜିଲ୍ଲା ଗତ କିଛି ବର୍ଷ ହେବ ରାଜ୍ୟ କିଛି ବ୍ୟକ୍ତିମାନେ ଆସି ବିଭିନ୍ନ ଗାଁ ବୋଲି ଲୋକମାନଙ୍କୁ ଖ୍ରିୀଷ୍ଟିଆନ ଧର୍ମର ପ୍ରଚାର କରି ସେମାନଙ୍କୁ ପରିବର୍ତ୍ତନ କରୁଥିବା ଅଭିଯୋଗ ଦେଖିବାକୁ ମିଲିଥିଲା। ହେଲେ ପୁଲିସ ୩ ଜଣଙ୍କୁ ଗିରଫ କଲା ପରେ ସବୁ କଥା ପଦାକୁ ଆସିଥିବା ଜଣାପଡିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/Arrested-For-Campaigning-of-Religeon-Change_Thumbnail.jpg)