ଉତ୍କେଲା: ବିଲକୁ ଧାନ କାଟିବାକୁ ଯାଉଥିବା ବେଳେ ଭାଲୁ ଆକ୍ରମଣରେ ତିନିଜଣ ଗୁରୁତର ହେବା ଘଟଣା ଏଠାରେ ଚାଞ୍ଚଲ୍ୟ ଖେଳି ଯାଇଛି। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ମାଟିଆ ଗ୍ରାମରେ ଆଜି ସକାଳେ ବିଲକୁ ଧାନ କାଟିବାକୁ ଯାଉଥିବା ସମୟରେ ତିନି ଜଣଙ୍କୁ ଭାଲୁ ଆକ୍ରମଣ କରିଥିଲା। ଏହାଫଳରେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି।
ଗୁରୁତର ତିନିଜଣ ହେଲେ ଜାମଜୋର ଗ୍ରାମର ଦୁଇ ମହିଳା ସୁମିତ୍ରା ଗଉଡ଼ ଏବଂ ବୃନ୍ଦାବତୀ ଗଉଡ଼। ଆଉଜଣେ ପୁରୁଷ ହେଲେ ମାଟିଆ ଗ୍ରାମର ଶରତ ମାଝୀ। ଗୁରୁତର ତିନି ଜଣଙ୍କୁ ଆମ୍ବୁଲାନ୍ସ ଯୋଗେ କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/bear1.jpg)