ଭବାନୀପାଟଣା: ଭବାନୀପାଟଣା ସଦର ଥାନା ଅନ୍ତର୍ଗତ କୁସୁମଦରରେ ଜୁଆ ଖେଳୁଥିବା ସମୟରେ ୪ ଜୁଆଡ଼ିଙ୍କୁ ପୁଲିସ ଗିରଫ କରିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ରବିବାର ସନ୍ଧ୍ୟାରେ ସଦର ଥାନା ପୁଲିସ ଆଇଆଇସି ପ୍ରଦୀପ କୁମାର ଧରୁଆଙ୍କ ନିର୍ଦ୍ଦେଶ କ୍ରମେ ପୁଲିସ ଏଏସଆଇ ଦେବେନ୍ଦ୍ର ଭତ୍ରାଙ୍କ ନେତୃତ୍ୱରେ କୁସୁମଦର ଗାଁର ରାସ୍ତା କଡରେ ଜୁଆ ଆଡ୍ଡା ଉପରେ ଚଢ଼ଉ କରିଥିଲେ। ସେମାନଙ୍କ ଠାରୁ ୧୧ଶହ ଟଙ୍କା ଓ ତାସ ଜବତ କରିଥିଲେ। ଏହି ଘଟଣାରେ ବିନୟ ନାଏକ(୩୪), ବୈଦ୍ୟନାଥ ଶବର(୪୦), ପୀତବାସ ଶବର(୩୫) ଓ ଚର୍ତୁଭୁଜ ଶବର(୪୬)ଙ୍କୁ ପୁଲିସ ଗିରଫ କରିଛି । ସୋମବାର ସେମାନଙ୍କୁ କୋର୍ଟଚାଲାଣ କରାଯିବ ବୋଲି ପୁଲିସ କହିଛି।
୪ ଜୁଆଡ଼ି ଗିରଫ, ୧୧ ଶହ ଟଙ୍କା ଜବତ
/sambad/media/post_attachments/wp-content/uploads/2018/02/money-04-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)