ଭବାନୀପାଟଣା (ଇମିସ): କଳାହାଣ୍ଡି ଜିଲ୍ଲାରେ ଲକଡାଉନ୍ ନିୟମ କୁ ଉଲ୍ଲଂଘନ କରୁଥିବା ବେଳେ ବାହାରେ ଟହଲ ମାରି ୫ଜଣ ଯୁବକ ଗିରଫ ହେବା ଘଟଣା ଏଠାରେ ଚର୍ଚ୍ଚା ର ବିଷୟ ହୋଇଛି । ପ୍ରାପ୍ତ ସୂଚନା ରୁ ପ୍ରକାଶ ଯେ ଭବାନୀପାଟଣା ସହରରେ ଲାକଡାଉନ ନିୟମ କୁ ଉଲ୍ଲଂଘନ କରି ସାମାଜିକ ଦୂରତ୍ୱ କୁ ଖୋଲାଖୋଲି ଅବମାନନା କରୁଥିବା ଦେଖିବାକୁ ମିଳିଛି । ଗତକାଲି ସନ୍ଧ୍ୟାରେ ଭବାନୀପାଟଣା ଟାଉନ ଥାନା ପୋଲିସ ପକ୍ଷର ଅର୍କବାହାଲି ପଡା ଛକରେ ଟହଲ ମାରୁଥିବା ବେଳେ ପୋଲିସ ପକ୍ଷରୁ ଅର୍କାବାହାଲି ପଡା ର ନିରଞ୍ଜନ ମହାନନ୍ଦ ,ବାହାଦୁରବଗିଚା ପଡ଼ା ର ରମେଶ ସୁନାନୀ, ଦୟାନିଧି ଛକର ସନାତନ ସୁନାନୀ,ବାହାଦୂରବଗିଚା ପଡ଼ାର ଦିଲ୍ଲୀପ ନାଏକ ଓ ଅମିତ ଚୌଧୁରୀ ଙ୍କ ସମେତ ୫ଜଣଙ୍କୁ ପୋଲିସ ଗିରଫ କରିଥିଲା । ଜିଲ୍ଲାରେ ସାମାଜିକ ଦୂରତ୍ୱ କୁ ବହୁ ସ୍ଥାନରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ମାନଙ୍କରେ ଖୋଲାଖୋଲି ଉଲ୍ଲଂଘନ କରୁଥିବା ନେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କଳାହାଣ୍ଡି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
Advertisment

କରୋନା ରୋଗୀଙ୍କୁ ଛାଡି ଆସିଥିବା ଡ୍ରାଇଭରଙ୍କୁ ବାଟ ଓଗାଳିଲେ  ଗ୍ରାମବାସୀ  

ଗତକାଲି କୋଭିଡ ରୋଗୀଙ୍କୁ ଆମ୍ବୁଲାନ୍ସରେ ନେଇ କଟକରେ ଛାଡି ଆସିଥିବା ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ନିଜ ଗ୍ରାମବାସୀ ବାଟ ଓଗାଳିଛନ୍ତି ଫଳରେ ସଂପୃକ୍ତ ଡ୍ରାଇଭର ଜଣକ ଆମ୍ବୁଲାନ୍ସ ରେ ଦିନ ବିତେଇବା ଘଟଣା ଏବେ ଚାଞ୍ଚଲ୍ୟ ଖେଳିଯାଇଛି ।

କଳାହାଣ୍ଡି ଜିଲ୍ଲାରେ ପ୍ରଥମ ପଜେଟିଭ ଚିହ୍ନଟ ହେବାପରେ ସବୁଆଡ଼େ ଆଲୋଡ଼ନ ସୃଷ୍ଟି ହୋଇଛି । କୋଭିଡ ରୋଗୀଙ୍କୁ କଟକ ଅଶ୍ୱିନୀ ହସ୍ପିଟାଲ ନେବାପାଇଁ  ଭବାନୀପାଟଣା ସହରର ଘୋଡାଘାଟ ଛକ ନିକଟ ମାଣିକେଶ୍ୱରୀ ସୁପର ସ୍ପେସିଆଲିଟି ହସ୍ପିଟାଲର ଆମ୍ବୁଲାନ୍ସ ଛାଡିବାକୁ ଯାଇଥିଲା । ଭବାନୀପାଟଣା ସଦର ମୁଖ୍ୟ ଡାକ୍ତରଖାନାର ଜଣେ ଡ୍ରାଇଭର ଓ ମାଣିକେଶ୍ୱରୀ ହସ୍ପିଟାଲର ଆମ୍ବୁଲାନ୍ସ ଡ୍ରାଇଭର ରୋଗୀ ଙ୍କୁ ଗତକାଲି ରାତିରେ କଟକ ରେ ଛାଡି ଆଜି ସକାଳେ ଭବାନୀପାଟଣା ଫେରିଥିଲେ । ରୋଗୀଙ୍କୁ କଟକ ରେ ଛାଡିବା ପରେ ଆମ୍ବୁଲାନ୍ସ କୁ ସେଠାରେ ସାନିଟାଇଜ କରାଯାଇନଥିଲା । ଆଜି ସକାଳେ ଭବାନୀପାଟଣା ଆସିବା ପରେ ସଦର ମୁଖ୍ୟ ଡାକ୍ତରଖାନା କୁ ନେଇ ଆମ୍ବୁଲାନ୍ସ କୁ ସାନିଟାଇଜ କରାଯାଇଥିଲା । ଉଭୟ ଡ୍ରାଇଭର ଙ୍କୁ କୌଣସି କ୍ୱାରେଣ୍ଟାଇନ ରେ ରଖାଯାଇନଥିଲା । ଆଜି ମାଣିକେଶ୍ୱରୀ ହସ୍ପିଟାଲ ର ଆମ୍ବୁଲାନ୍ସ ଡ୍ରାଇଭର ନିଜ ଗାଁ ଦେପୁର କୁ ଯିବାପରେ ଗ୍ରାମବାସୀ ତାଙ୍କୁ ଗାଁ ରେ ପଶିବାକୁ ଦେଇନଥିଲେ । ସେଠାରୁ ପୁଣି ହସ୍ପିଟାଲ କୁ ଫେରି ଆସିଥିଲେ । ମାଣିକେଶ୍ୱରୀ ହସ୍ପିଟାଲ କର୍ତ୍ତୃପକ୍ଷ ମଧ୍ୟ ତାଙ୍କୁ ହସ୍ପିଟାଲରେ ରହିବାକୁ ଦେଇନଥିଲେ ।  ଆଜି ସକାଳୁ ସମ୍ପୃକ୍ତ ଡ୍ରାଇଭର ଜଣକ ଆମ୍ବୁଲାନ୍ସ ରେ ଦିନ ବିତାଉଛନ୍ତି । ଏନେଇ ମାଣିକେଶ୍ୱରୀ ହସ୍ପିଟାଲ କର୍ତ୍ତୃପକ୍ଷ ଙ୍କ ପକ୍ଷରୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ କୁ ଅବଗତ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନେଇ ନଥିବା ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଛି । ଏହି ଘଟଣାରେ ଜିଲ୍ଲା ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରିବାକୁ ସାଧାରଣ ରେ ଦାବି ହୋଇଛି ।