ମୁମୂର୍ଷୁ ଅବସ୍ଥାରେ ଜଙ୍ଗଲରୁ ଯୁବତୀ ଉଦ୍ଧାର

ମଣ୍ଡଳ: କଳାହାଣ୍ଡି ଜିଲ୍ଲା ବଡ଼କୁଟ୍ରୁ ଫାଣ୍ଡି ଅନ୍ତର୍ଗତ ମାଠିଆପଡ଼ା ଜଙ୍ଗଲରୁ ଗୁରୁବାର ସଂଧ୍ୟାରେ ଜଣେ ଯୁବତୀଙ୍କୁ ମୁମୂର୍ଷୁ ଅବସ୍ଥାରେ ଗ୍ରାମବାସୀ ଉଦ୍ଧାର କରିଛନ୍ତି। ଏନେଇ ପୁଲିସକୁ ଖବର ଦେବା ପରେ ଯୁବତୀଙ୍କୁ ଚିକିତ୍ସା ପାଇଁ ଜୟପାଟଣା ଡାକ୍ତରଖାନାକୁ ନିଆ ଯାଇଥିଲା। ବିଜମରା ଅଞ୍ଚଳର ଉକ୍ତ ଯୁବତୀଙ୍କୁ ଜଣେ ଯୁବକ ଏକ ବୋଲେରୋରେ ଆଣି ମାଠିଆପଡ଼ା ଜଙ୍ଗଲରେ ଛାଡ଼ି ଦେଇଥିଲା। ପୁଲିସ ଘଟଣାର ତଦନ୍ତ କଲେ ଅସଲ ଚିତ୍ର ପଦାକୁ ଆସିବ ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର