ଧର୍ମଗଡ଼ରେ ଦୁର୍ଘଟଣା: ଚାଲିଗଲା ଗାଈର ଜୀବନ, ବଞ୍ଚିଗଲେ ୫ ଲୋକ

ଧର୍ମଗଡ଼: ଗତକାଲି ବିଳମ୍ବିତ ରାତିରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବସଷ୍ଟାଣ୍ଡ ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଏକ ଗାଈପଲ ଯାଉଥିବା ବେଳେ ସେମାନଙ୍କୁ ରକ୍ଷା କରିବାକୁ ଯାଇ ଏକ ଗାଡ଼ି ଦୋକାନର ସଟରରେ ଜୋରରେ ଧକ୍କା ଦେଇଥିଲା। ଏହାଫଳରେ ଘଟଣାସ୍ଥଳରେ ଏକ ଗାଈର ମୃତ୍ୟୁ ହୋଇଥିଲା। ଏଣେ ସ୍କର୍ପିଓଟି ଭାଙ୍ଗି ଚୁରମାର ହୋଇଯାଇଥିଲା।

ତେବେ ଚାଳକ ବା ଗାଡ଼ିରେ ଥିବା ଅନ୍ୟ କାହାର କିଛି କ୍ଷତି ହୋଇନଥିବା ଜଣାଯାଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସହରରେ ଗତକାଲି ବିଳମ୍ବିତ ରାତିରେ ଓଡି୦୮ଡି ୭୨୭୫ ନମ୍ବର ଥିବା ଏକ ସ୍କର୍ପିଓରେ କିଛି ଲୋକ ଭବାନୀପାଟଣା ଠାରୁ ଏକ ଵିଵାହ କାର୍ଯ୍ୟକ୍ରମରେ ସାମିଲ ହୋଇ ଫେରୁଥିଲେ। ଧର୍ମଗଡ଼ ସହର ତିନି ଛକଠାରେ ମୁଖ୍ୟ ରାସ୍ତାରେ ଥିବା ଗାଈଗୋରୁଙ୍କୁ ବଞ୍ଚାଇବାକୁ ଯାଇ ଏକ ଦୋକାନ କମ୍ପ୍ଲେକ୍ସରେ ଗାଡ଼ିଟି ପିଟି ହୋଇଥିଲା ଓ ଦୁର୍ଘଟଣାରେ ଏକ ଗାଈର ମୃତ୍ୟୁ ହୋଇଥିଲା। ଗାଡ଼ିରେ ବସିଥିବା ୫ଜଣ ଲୋକ ଠିକ୍ ଅଛନ୍ତି ବୋଲି ଗାଡ଼ି ମାଲିକଙ୍କ ଭାଇ କହିଛନ୍ତି।

ଧର୍ମଗଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ଦୁର୍ଘଟଣା ହୋଇ ଥିବା ଗାଡ଼ି ଧର୍ମଗଡ଼ ବ୍ଳକ ସନ୍ଧି କୁଳିହାରି ଗ୍ରାମର କେଶବ ସାହୁଙ୍କ ବୋଲି ସୂଚନା ମିଳିଛି। ଗାଡ଼ିରେ ବସିଥିବା ଡ୍ରାଇଭର ସମେତ ୫ ଜଣଙ୍କୁ ଧର୍ମଗଡ଼ ଉପଖଣ୍ଡ ଡ଼ାକ୍ତରଖାନାରେ ଚିକିତ୍ସା କରାଯାଇଥିଲା।

ସମ୍ବନ୍ଧିତ ଖବର