ଭବାନୀପାଟଣା :କଳାହାଣ୍ଡିର ରାଜ୍ୟ ରାଜପଥ ନମ୍ବର ୧୬ର ତୁରକେଲା ବ୍ରିଜରୁ ଟ୍ରକ ନଦୀକୁ ଖସିପଡିବା ଫଳରେ ଏଥିରେ ଥିବା ଟ୍ରକ ଡ୍ରାଇଭର ଓ ହେଲପର ଚାପି ହୋଇ ରହିଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ କର୍ଲାପଡା ପୋଲିସ ପଂହଚି ଉଦ୍ଧାର କାମ ଜାରି ରଖିଛି । ଟ୍ରକ ଖଡିଆଳରୁ ଭବାନୀପାଟଣା ଆସୁଥିଲା । ଭାରସାମ୍ୟ ହରାଇ ଟ୍ରକ ବ୍ରିଜ ତଳକୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଛି ।
ଖବର ପାଇବା ପରେ ଘଟଣାସ୍ଥଳରେ ଅନେକ ଲୋକ ଏକତ୍ରିତ ହୋଇଥିଲେ । କେମିତି ଦୁର୍ଘଟଣା ହେଲା ତାହା ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ । ମିଳିଥିବା ସୂଚନା ଅନୁସାରେ, ରାସ୍ତାରେ ଯାଉଥିବା ସମୟରେ ଟ୍ରକଟି ଭାରସାମ୍ୟ ହରାଇ ନଦୀ ବ୍ରିଜରୁ ତଳକୁ ଖସିପଡିଥିବା ନେଇ ଅନୁମାନ କରାଯାଉଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/TRUCK-750x430.jpg)