କୋକସରା: ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ପୁଣି ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସଂପୃକ୍ତ ଯୁବକଭ୍କ ମୃତଦେହ ଗାଁକୁ ଫେରୁଛି। ମୃତ ଯୁବକ ହେଲେ କଳାହାଣ୍ଡିଜିଲ୍ଲା କୋକସରା ଥାନା ଚିଲିଗୁଡା ଗ୍ରାମର ବାପ ଛେଉଣ୍ଡ ବସନ୍ତ ବାଗ (୨୨)।

Advertisment

ହାଇଦ୍ରାବାଦର ଏକ ଠିକାଦାର ନିକଟରେ ଦିନ ମଜୁରିଆ ଭାବେ କାର୍ଯ୍ୟ କରି ଆସୁଥିଲେ ବସନ୍ତ। ତେବେ ମଙ୍ଗଳବାର ସନ୍ଧ୍ୟାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ହଠାତ ବିଗିଡିବାରେ ଲାଗିଲା। ସାଥିରେ ଥିବା ଅନ୍ୟ ଶ୍ରମିକମାନେ ତାଙ୍କୁ ସ୍ଥାନୀୟ ମେଡ଼ିକାଲରେ ନେଇ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ବସନ୍ତ କୁ ମୃତ ଘୋଷଣା କରିଥିଲେ। ଏହି ଦୁଃଖଦ ଖବର ଫୋନ୍‌ରେ ଶୁଣିବା ପରେ ଚିଲିଗୁଡ଼ା ଗ୍ରାମର ତାଙ୍କ ସମ୍ପର୍କୀୟ ଲୋକ ହାଇଦ୍ରାବାଦ ଯାଇଥିଲେ ଓ ସେଠାରୁ ଆଜି ଏକ ଆମ୍ବୁଲାନ୍ସ ଯୋଗେ ମୃତଦେହକୁ ନେଇ ଭିଟାମାଟିକୁ ଫେରୁଥିବା ଖବର ମିଳିଛି।

ଆହୁରି ପଢ଼ନ୍ତୁ: Vigilance: କନିଷ୍ଠ କିରାଣିଙ୍କ ଘର ଦେଖି ତାଜୁବ୍‌ ଭିଜିଲାନ୍‌ସ: ମାତ୍ର ୮ ହଜାର ଦରମାରୁ ଚାକିରି ଆରମ୍ଭ

ତେବେ ସ୍ୱାମୀକୁ ହରାଇ ଥିବା ବିଧବା ମା’ ନିଜ ରୋଜଗାରିଆ ପୁଅର ମୁହଁ ଦେଖି  ଜୀବନ କାଟୁଥିବା ବେଳେ ପୁଅର ମୃତ୍ୟୁ ପରେ ହତବାକ ହୋଇ ପଡିଛନ୍ତି। ପରିବାର ଗରିବ ଶ୍ରେଣୀର ହୋଇଥିବା ବେଳେ ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ଆର୍ଥିକ ସହାୟତା ଯୋଗାଇଦେବାକୁ ଚିଲିଗୁଡା ଗ୍ରାମବାସୀ ଦାବି କରିଛନ୍ତି।