ବରଯାତ୍ରୀ ଗାଡ଼ି ଓଲଟି ୯ ଗୁରୁତର

ଧର୍ମଗଡ଼: ବୁଧବାର ବିଳମ୍ବିତ ରାତ୍ରୀରେ ଖଇରପଦର ଠାରୁ ତାରାପୁର ଯାଇ ଫେରୁଥିବା ଏକ ବରଯାତ୍ରୀ ଗାଡ଼ି ଦୁର୍ଘଟଣା ଗ୍ରସ୍ଥ ହୋଇ ୯ ଜଣ ଗୁରୁତର ହୋଇ ଧର୍ମଗଡ଼ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।

ଏକ ପିକ୍‌ଅପ୍‌ (ଓଆର-୧୭ ସି ୮୪୦୪)ରେ ଖଇରପଦରରୁ ଏକ ବରଯାତ୍ରୀ ଦଳ ତାରାପୁରକୁ ଯାଇ ବିଳମ୍ବିତ ରାତି ରେ ଫେରୁଥିଲେ। ଧର୍ମଗଡ଼ ନିକଟସ୍ଥ ପାରଦେଶ୍ୱର ମନ୍ଦିର ପାଖରେ ଗାଡ଼ିଟି ଭାରସମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡ଼ିଥିଲା। ଗାଡ଼ିରେ ବସିଥିବା ବରଯାତ୍ରୀ ଦଳ ମଧ୍ୟରୁ ମଙ୍ଗୁ ଶବର(୪୫), କମଳ ଶବର(୧୫), ଥବିର ଶବର(୩୫), ନରସିଂହ ମାଝୀ(୩୦), ଅରବିନ୍ଦ ଶବର (୨୦), ଲକ୍ଷ୍ମଣ ମାଝୀ (୨୫), ଜଗଧର ଶବର (୨୦), ଦିାଆନ ଶବର (୨୦) ଓ ମଳୟ ମାଝୀ (୨୮) ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ  ଧର୍ମଗଡ଼ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି।

ସମ୍ବନ୍ଧିତ ଖବର