ଭବାନୀପାଟଣା: ଲୋକସଭା ସାଂସଦ ବସନ୍ତ ପଣ୍ଡା ଓ ରାଜ୍ୟସଭା ସାଂସଦ ସୁଜିତ କୁମାର ଭବାନୀପାଟଣା ରେଳ ଷ୍ଟେସନରେ ଭବାନୀପାଟଣା ବିଶାଖାପାଟଣା ପାସେଞ୍ଜର ସମ୍ପ୍ରସାରଣ ଟ୍ରେନ୍କୁ ଆରମ୍ଭ କରିଥିଲେ। ଟ୍ରେନ ନମ୍ବର ୦୮୫୦୪/୦୮୫୦୩ ବିଶାଖାପାଟଣା ରାୟଗଡ଼ା ବିଶାଖାପାଟଣା ପାସେଞ୍ଜର ଟ୍ରେନ୍କୁ ଭବାନୀପାଟଣା ପର୍ଯ୍ୟନ୍ତ ସମ୍ପ୍ରସାରଣର ଆରମ୍ଭ କରାଯାଇଛି।
ଏହି ଟ୍ରେନ ପ୍ରତିଦିନ ଚଳାଚଳ କରିବ। ଭବାନୀପାଟଣାରୁ ଏହି ଟ୍ରେନ ରାତି ୧ଟା ୧୫ ମିନିଟ୍ରେ ଛାଡ଼ିବ ଏବଂ ବିଶାଖାପାଟଣାରେ ସକାଳ ୧୦ ଟାରେ ପହଞ୍ଚିବ। ସେହିଭଳି ବିଶାଖାପାଟଣାରୁ ସନ୍ଧ୍ୟା ୬ ଘଣ୍ଟାରେ ବାହାରି ରାତି ୧୨. ୪୫ମି.ରେ ପହଞ୍ଚିବ। ସମ୍ପ୍ରସାରିତ ପରେ ଏହି ଟ୍ରେନ ରାୟଗଡ଼ା ପରେ ସିଙ୍ଗାପୁର ରୋଡ୍, ଥେରୁବାଲି, ବିଷମକଟକ, ମୁନିଗୁଡା, ଦହିଖାଲ, ଅମ୍ବାଦଲା, ଲାଞ୍ଜିଗଡ଼ ରୋଡ୍, ଜି ରାମଚନ୍ଦ୍ରପୂର, ଦେପୁର ଷ୍ଟେସନ ଗୁଡିକରେ ରହଣି କରିବ। ଗତକାଲି ରାତି ୧. ୧୫ ମି.ରେ ଏହି ଟ୍ରେନ୍ ଆରମ୍ଭ ହୋଇଥିଲା। ଏ ଅବସରେ ଅନ୍ୟମାନଙ୍କ ମଧ୍ୟରେ ସମ୍ବଲପୁର ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ ଆନନ୍ଦ ସିଂ, ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକ ସୁଖରାମ ହୋରୋ ପ୍ରମୁଖ ଉପସ୍ଥିତ ଥିଲେ।