ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ମିର୍ଜାପୁର୍ ବିଜୁ ଏକ୍ସପ୍ରେସ ୱେରେ ଏକ ବାଇକ୍ ଦୁର୍ଘଟଣା ଘଟି ୭ ମାସର ଶିଶୁର ମୃତ୍ୟୁ ହୋଇଥିବା ବେଳେ ମା’-ବାପା ଗୁରୁତର ହୋଇଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳର ସୋହେବ ଶବର ପରିବାର ସହ ଧର୍ମଗଡ଼ ବେହେରାରେ ରହୁଛନ୍ତି।
ରବିବାର ସନ୍ଧ୍ୟାରେ ଜୁନାଗଡ଼ରୁ ବେହେରାକୁ ପତ୍ନୀ ଓ ଛୁଆଙ୍କୁ ଧରି ଆସୁଥିବା ବେଳେ ବିର୍ଜାପୁର ନିକଟରେ ପଛପଟୁ ଆସୁଥିବା ଏକ ହାଇୱା (ଓଡ଼ି ୦୮କେ-୩୪୩୭) ଧକ୍କା ଦେଇଥିଲା। ଏଥିରେ ୩ ଜଣ ଛିଟିକି ପଡ଼ିଥିଲେ। ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରି ପର୍ଲା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଡାକ୍ତର ଶିଶୁକୁ ମୃତ ଘୋଷଣା କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ସ୍ବାମୀ-ସ୍ତ୍ରୀଙ୍କୁ ଧର୍ମଗଡ଼ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। କୋକସରା ଓ ଆମପାଣି ପୁଲିସ୍ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/Accident_Thumbnail-750x430-1.jpg)