ଭବାନୀପାଟଣା : ବିଜେଡି ର ହେବିଓ୍ବେଟ ନେତା ଯାଜପୁର ବିଧାୟକ ତଥା ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସ ଆଜି ଦିନିକିଆ କଳାହାଣ୍ଡି ଜିଲ୍ଲା ଗସ୍ତ କରି ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମ ରେ ଯୋଗଦେଇଛନ୍ତି । କଳାହାଣ୍ଡି ଜିଲ୍ଲା ସଂଗଠନ କୁ ସୁଦୃଢ଼ କରିବା ପାଇଁ ବ୍ଳୁ ପ୍ରିଣ୍ଟ ସହ ବିଧାୟକ ଓ ଆଗଧାଡିର ନେତା ମାନଙ୍କୁ ସଂଗଠନ କୁ ନେଇ ତାଗିଦ କରିଥିବା ଜଣାପଡିଛି । ଆଜି ସକାଳ ୯ଟା ରେ ପ୍ରଥମେ ଗୃହ ରାଷ୍ଟ୍ର ମନ୍ତ୍ରୀ ତଥା ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଙ୍କ ସହ ଜୁନାଗଡ଼ ଗସ୍ତ କରି ବିଜୁ ପଟ୍ଟନାୟକ ଷ୍ଟାଡିୟମ ପରିଦର୍ଶନ କରିଥିଲେ । ଜୁନାଗଡ଼ ର କିଛି ତୁଙ୍ଗ ନେତାଙ୍କ ସହ ସଂଗଠନ ଉପରେ ଆଲୋଚନା କରି ଫେରିଥିଲେ । ପରେ ସ୍ଥାନୀୟ ସତ୍ୟମ ସିନେମା ହଲ ସମ୍ମୁଖ ନୂତନ ଦଳୀୟ ମୁଖ୍ୟ କାର୍ଯ୍ୟାଳୟକୁ ଉଦଘାଟନ କରିବା ସହ ଛାମୁଆ ସଂଗଠନର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ । ପ୍ରଥମ କରି ବିଧାୟକ ହୋଇଥିବା ଧର୍ମଗଡ଼ ଓ ଲାଞ୍ଜିଗଡ଼ ବିଧାୟକ ଙ୍କୁ ସଙ୍ଗଠନ ଉପରେ ଗୁରୁତ୍ୱ ଦେବାପାଇଁ ତାଗିଦ କରିଥିଲେ ।
ଆଗାମୀ ଦିନରେ ସମସ୍ତେ ମିଶି ସଂଗଠନ ତୃଣମୂଳ ସ୍ତରରେ ମଜଭୁତ କରିବା ସହ ଆଗମୀ ତ୍ରୀସ୍ତରୀୟ ଓ ପ୍ୟୈର ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ ପରାମର୍ଶ ଦେଇଥିଲେ । ପରେ ରିଷଗାଁ ପାଖ ନୂତନ ପାର୍ଟି ଅଫିସ ପାଇଁ ନିର୍ମାଣ ହେବା ସ୍ଥାନ ରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ପରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ତରଫରୁ ଆୟୋଜିତ ଜୀବନ ବିନ୍ଦୁ ରକ୍ତ ଦାନ ଶିବିରରେ ଯୋଗଦେଇ ରକ୍ତଦାତା ଙ୍କୁ ଉତ୍ସାହିତ କରିଥିଲେ । ଏହି ଦିନିକିଆ ଗସ୍ତରେ ତାଙ୍କ ସହ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ, ଶକ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ରାଜ୍ୟସଭା ସାଂସଦ ସୁଜିତ କୁମାର, ବିଜେଡି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ, ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ, ଧର୍ମଗଡ଼ ବିଧାୟକ ମହୋଷଧି ବାଗ, ସଂଗୀତ ନାଟକ ଏକାଡେମୀ ସଚିବ ପ୍ରବୋଦ ରଥ, ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ, ଯୁବ ସଭାପତି ଆଦିତ୍ୟ ନନ୍ଦ, ଜିଲ୍ଲା ଛାତ୍ର ବିଜେଡି ସଭାପତି ଅବିନାଶ ଠାକୁର, ମହିଳା ସଭାନେତ୍ରୀ କଲ୍ୟାଣୀ ନାଏକ, ଉପ ସଭାପତି ଭବାନୀ ଶଙ୍କର ମିଶ୍ର, ସଚ୍ଚିଦାନନ୍ଦ ମହାକୁଡ଼, ଜିତେନ୍ଦ୍ର ମହାନ୍ତି, ପ୍ରଦୀପ୍ତ ମୁଣ୍ଡ, ଧବଳେଶ୍ବର ମହାପାତ୍ର, ଚିତ୍ତରଞ୍ଜନ ମଣ୍ଡଳ, ମଣ୍ଟୁ ନାଏକ, ରବି ପଟ୍ଟନାୟକ, ମନିନ୍ଦ୍ର ମହାନ୍ତି, ବାପି ଦାସ ପ୍ରମୁଖ ସାମିଲ ହୋଇଥିଲେ ।