ବିଜୁ ଯୁବ ବାହିନୀର ‘ସଚେତନ ଓ୍ୱାର୍ଡ, ସୁରକ୍ଷିତ ଓ୍ୱାର୍ଡ’ କାର୍ଯ୍ୟକ୍ରମ

ଭବାନୀପାଟଣା : ଭବାନୀପାଟଣା ମ୍ୟୁନିସିପାଲିଟିରେ ବିଜୁ ଯୁବ ବାହିନୀ ଏକ ନିଆରା ପଦକ୍ଷେପ ହାତକୁ ନେଇ ସହରାଂଚଳରେ ଜନ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଛି । ସ୍ଥାନୀୟ ପୌରାଞ୍ଚଳର ସ୍ବେଚ୍ଛାସେବୀମାନେ ଆଜି ଭବାନୀପାଟଣା ଓ୍ବାର୍ଡନଂ ୨ର ସିତାବୋରଡି ପଡା, ମାଣିକେଶ୍ବରୀ ବିହାର, କଲେଜ ପଡିଆ ବସ୍ତି ଗୁଡିକରେ ‘ସଚେତନ ଓ୍ୱାର୍ଡ, ସୁରକ୍ଷିତ ଓ୍ୱାର୍ଡ’ କାର୍ଯ୍ୟକ୍ରମ ଜରିଆରେ ମାସ୍କ ଓ ସାବୁନ ବଣ୍ଟନ କରିଥିଲେ । ଲୋକମାନଙ୍କୁ ସାମାଜିକ ଦୂରତ୍ୱ ଓ ବ୍ୟକ୍ତିଗତ ସ୍ୱଚ୍ଛତା ଉପରେ ସଚେତନ କରିବା ସହ ଉଦାହରଣ ପୂର୍ବକ ହାତ ଧୋଇବା ସିଖାଇଥିଲେ । କରୋନା ମହାମାରୀ ରେ ସମସ୍ତେ ସଚେତନ ହେଲେ କରୋନା ସଂକ୍ରମଣ ରୁ ରକ୍ଷା ପାଇପାରିବା ବୋଲି ସ୍ବେଚ୍ଛାସେବୀମାନେ କହିଛନ୍ତି । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସଂଯୋଜକ ଅବିନାଶ ଠାକୁର, ମ୍ୟୁନିସିପାଲିଟି ସଂଯୋଜକ ଅଭିଷେକ ମହାପାତ୍ର, ସ୍ବେଚ୍ଛାସେବୀ ମହମ୍ମଦ ଇସମାଇଲ, କାର୍ତୀକେଶ୍ବର ସାମଲ, ମୋସିମ ଖାନ, ମୁନା ବେହେରା ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର