ଭବାନୀପାଟଣା: ଭବାନୀପାଟଣା ସହରସ୍ଥିତ ସିନେପ୍ଲେକ୍ସ ନିକଟରେ ବୁଧବାର ଏକ ବଲେରୋ ଧକ୍କାରେ ଏକ ସ୍କୁଟିରେ ଯାଉଥିବା ୨ ଭଉଣୀ ଗୁରୁତର ଆହତ ହୋଇଛନ୍ତି। ପ୍ରକାଶ ଯେ, ମାଣିଙ୍ଗ ଗ୍ରାମର ଜଳନ୍ଧର ମାଝୀଙ୍କ ଝିଅ ଡୋଲେଶ୍ୱରୀ ମାଝୀ(୧୯) ଓ ହରିପ୍ରିୟା ମାଝୀ(୧୪) ଏକ ସ୍କୁଟିରେ ଭବାନୀପାଟଣା ଆସୁଥିଲେ। ଭବାନୀପାଟଣା ସହର ନିକଟ ସିନେପ୍ଲେକ୍ସ ଠାରେ ବିପରୀତ ପଟୁ ଆସୁଥିବା ଏକ ବଲେରୋ ଧକ୍କା ଦେଇ ଚାଲିଯାଇଥିଲା। ଗୁରୁତର ଅବସ୍ଥାରେ ଦୁଇ ଭଉଣୀଙ୍କୁ ଉଦ୍ଧାର କରି ଲୋକେ ୧୦୮ ଆମ୍ବୁଲାନ୍ସ ଯୋଗେ ଭବାନୀପାଟଣା ସଦର ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି।
ବଲେରୋ ଧକ୍କାରେ ୨ ଭଉଣୀ ଗୁରୁତର
/sambad/media/post_attachments/wp-content/uploads/2018/06/ambulance-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)