କେସିଙ୍ଗା: ବିନା ଲାଇସେନ୍ସରେ ପାଣି ପାଉଚ ଓ ପାଣି ବୋତଲ କରି ବିକ୍ରି କରୁଥିବା ଅଭିଯୋଗ ହେବା ପରେ କେସିଙ୍ଗାସ୍ଥିତ ଚିରାଗ୍ ବ୍ରିଭରେଜ୍ କାରଖାନା ଉପରେ ପ୍ରଶାସନ ପକ୍ଷରୁ ଶୁକ୍ରବାର ଚଢ଼ଉ କରାଯାଇଛି। ସେଠାରୁ ୭୫ ବସ୍ତା ପାଣି ପାଉଚ ଜବତ କରାଯାଇ କାରଖାନାକୁ ସିଲ୍ କରାଯାଇଛି। ଏହି କାରଖାନା ଗତ କିଛି ଦିନ ହେଲା ବିନା ଲାଇସେନ୍ସରେ ପାଣି ପାଉଚ ଓ ପାଣି ବୋତଲ କରି ସହରରେ ବିକ୍ରି କରୁଥିଲା। ଏହି ଅଭିଯୋଗ ଜିଲ୍ଲାପାଳଙ୍କ ପାଖରେ ପହଂଚିବା ପରେ ଜିଲ୍ଲାପାଳ ଅଞ୍ଜନ ମାଣିକ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କୁ ତଦନ୍ତ ନିର୍ଦେଶ ଦେଇଥିଲେ। ଶୁକ୍ରବାର କେସିଙ୍ଗା ପୁଲିସ ଓ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଚଢ଼ଉ କରାଯାଇଥିଲା। ଖାଦ୍ୟା ସୁରକ୍ଷା ଅଧିକାରୀ ଅଜିତ ଚାନ୍ଦଙ୍କ ନେତୃତ୍ୱରେ ଅତିରିକ୍ତ ତହସିଲଦାର ରବୀନ୍ଦ୍ର ରାଉତ, ଏସପି କାର୍ଯ୍ୟାଳୟର ଇନ୍ସପେକ୍ଟର ସୁଶାନ୍ତ ସାହୁ, ସ୍ଥାନୀୟ ପୁଲିସର ଏସ୍ଆଇ ସୁରେଶ ଚନ୍ଦ୍ର ପୃଷ୍ଟି ପ୍ରମୁଖ ଚଢ଼ଉରେ ସାମିଲ ହୋଇଥିଲେ। ପାଣି ପାଉଚର ନମୁନାକୁ ପରୀକ୍ଷା ପାଇଁ ପଠାଯାଇଛି; ରିପୋର୍ଟ ଆସିବା ପରେ ସେଅନୁସାରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଖାଦ୍ୟ ସୁରକ୍ଷା ଅଧିକାରୀ ଶ୍ରୀ ଚାନ୍ଦ ପ୍ରକାଶ କରିଛନ୍ତି।
ବ୍ରିଭରେଜ୍ ମିନିରାଲ ଓ୍ଵାଟର କାରଖାନାରେ ଚଢ଼ଉ:୭୫ ବସ୍ତା ପାଣି ପାଉଚ ଜବତ, ପ୍ଲାଣ୍ଟ ସିଲ୍
/sambad/media/post_attachments/wp-content/uploads/2018/01/kld6.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)