ସହିଦ ଯବାନଙ୍କ ଉଦ୍ଦେଶ୍ୟରେ ମହମବତି ଶୋଭାଯାତ୍ରା

କୋକସରା : ଛତିଶଗଡ଼ରେ ନକ୍ସଲ ଆକ୍ରମଣରେ ୨୨ ଯବାନ ସହିଦ ହୋଇଛନ୍ତି। ଏମାନଙ୍କ ମଧ୍ୟରେ କଳାହାଣ୍ଡି କୋକସରା ବ୍ଲକ୍‌ ଧନସରା ଗାଁର ସୁବାସ ନାୟକ ବି ରହିଛନ୍ତି । ଗୁରୁବାର କୋକସରା ବ୍ଲକ୍‌ ସ୍ପୋର୍ଟସ କ୍ଲବ୍‌ ଆନୁକୂଲ୍ୟରେ ଶତାଧିକ ଯୁବକ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏହି ଯୁବକମାନେ କୋକସରା ସହରରେ ମହମବତି ଶୋଭାଯାତ୍ରାରେ ବାହାରି ସୁବାସ ନାୟକ ଅମର ରହେ ନାରା ଦେଇ ସହର ପରିକ୍ରମା କରିଥିଲେ। ହନୁମାନ ମନ୍ଦିର ଛକରେ ସହିଦ ଯବାନଙ୍କ ଉଦ୍ଦେଶ୍ୟରେ ୨ ମିନିଟ ନିରବ ପ୍ରାର୍ଥନା କରିଥିଲେ । ଏଥିରେ ସ୍ପୋର୍ଟସ କ୍ଲବ୍‌ ସଭାପତି ମୋହନ ନାଏକ, କ୍ଷୀରସିନ୍ଧୁ ନେଗି, ମହେଶ ଗୁପ୍ତା, ଜିତାମିତ୍ର ପ୍ରଧାନୀ, ସଚିନ ଗୁପ୍ତା, ଧିରଜ ନାଏକ, ନାନୁ ଘି, ଦେବରାଜ ମାଝୀ, କ୍ଷମାନିଧି ନାଏକ, ଚନ୍ଦ୍ର ମୋହନ ପ୍ରଧାନୀ ପ୍ରମୁଖ ଉପସ୍ଥିତଥିଲେ ।

ସମ୍ବନ୍ଧିତ ଖବର