କରୋନା ଚିହ୍ନଟ ହେବା ପରେ ସାହିରେ ସିମେଣ୍ଟ ପାଚେରୀ କରି ସିଲ କରିଦେଲେ ଲୋକ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସହରର ୱାର୍ଡ଼ ନଂ୧୮ ହଲିଆପଡା ରେ ଗତ କିଛି ଦିନ ତଳେ କରୋନା ରୋଗୀ ପଜିଟିଭ ଚିହ୍ନଟ ଜଣା ପଡ଼ିଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ଭବାନୀପାଟଣା ସହର ସମେତ ହଲିଆ ପଡାକୁ ମଧ୍ୟ ସଟ୍ ଡାଉନ୍ ଘୋଷଣା କରାଯାଇ ପଡାକୁ ସିଲ୍ କରାଯାଇଥିଲା l ଏହା ପରେ ସଟ୍ ଡାଉନ୍ ହଟା ଯାଇଥିଲା l

କିନ୍ତୁ କରୋନା ମହାମାରୀ ଯୋଗୁଁ ଏହି ପଡାରେ ରାମାୟଣ ଯୁଗର ଲକ୍ଷ୍ମଣ ରେଖା ଭଳି ପଡାରେ ସବୁ ଦିନ ପାଇଁ ପାଚେରୀ ଛିଡ଼ା କରାଯାଇଛି । ପଡା ରେ ଦୁଇଟି ରାସ୍ତା ବା ଛୋଟ ଗଳି ରହିଛି l ଏହି ଛୋଟ ଗଳି ପଡାର ଦୁଇଟି ମୁଖ୍ୟ ରାସ୍ତାକୁ ଯିବା ପାଇଁ ସଂଯୋଗ ରହିଛି l ସଟ୍ ଡାଉନ୍ ଘଟଣାର ଗୋଟିଏ ଦିନ ପରେ ପଡାର ଅନ୍ୟ ଗଳିର କିଛି ଲୋକ ମାନେ ଏହି ମୁଖ୍ୟ ରାସ୍ତାକୁ ଆସି ସବୁ ଦିନ ପାଇଁ ଇଟା ସିମେଣ୍ଟ ପାଚେରୀ ନିର୍ମାଣ କରି ବନ୍ଦ୍ କରି ଦେଇଛନ୍ତି l

ସ୍ଥାନୀୟ କିଛି ଲୋକ ପ୍ରତିବାଦ୍ କରି ଥିଲେ ମଧ୍ୟ ପାଚେରୀ ନିର୍ମାଣ ସମୟରେ କାର୍ଯ୍ୟ ବନ୍ଦ କରିନଥିଲେ l ବର୍ତ୍ତମାନ୍ ଏହି ପଡାରେ ଗୋଟିଏ ଗଳିର ଲୋକ ଅନ୍ୟ ଗଳି ପଡାକୁ ଯିବା ପାଇଁ ଅସୁବିଧା ଅନୁଭବ କରୁଛନ୍ତି l ତେଣୁ ତୁରନ୍ତ ଏହି ପାଚେରି ଖୋଲିବା ପାଇଁ ପଡ଼ାବାସୀ ପ୍ରଶାସନକୁ ଅନୁରୋଧ କରିଛନ୍ତି । ଜିଲ୍ଲାପାଳ ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣ ରେ ଦାବୀ ହୋଇଛି ।

ସମ୍ବନ୍ଧିତ ଖବର