ଜୟନାରାୟଣ ମିଶ୍ରଙ୍କୁ ଗିରଫ ପ୍ରତିବାଦ:ବିଜେପିର ବିକ୍ଷୋଭ, ଥାନା ଘେରାଉ

ସିନାପାଲି: ବିଜେପିର ବରିଷ୍ଠ ନେତା ଜୟନାରାୟଣ ମିଶ୍ରଙ୍କ ଗିରଫ ପ୍ରତିବାଦରେ ଶୁକ୍ରବାର ସିନାପାଲି ବ୍ଲକ୍‌ ବିଜେପି ପକ୍ଷରୁ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଶ୍ରୀ ମିଶ୍ରଙ୍କୁ ରାଜନୈତିକ ଉଦ୍ଦେଶ୍ୟ ରଖି ବିଜେଡି ସରକାର ବନାବିରା ଗୁଳିକାଣ୍ଡରେ ଫସାଇ ଦେଇଛି ବୋଲି ସେମାନେ ଅଭିଯୋଗ କରିଥିଲେ। ତାଙ୍କୁ ତୁରନ୍ତ ନ ଛାଡ଼ିଲେ ବିରାଟ ଆନ୍ଦୋଳନ ହେବ ବୋଲି ସେମାନେ ଚେତାବନୀ ଦେଇଥିଲେ। ଜିଲ୍ଲା ବିଜେପି ସାଧାରଣ ସଂପାଦକ ସୁବ୍ରତ ଠାକୁର, ଉଦନ୍ତୀ ମଣ୍ଡଳ ସଭାପତି ଅରିଗଞ୍ଜନ ଯୋଷୀ, ସତୀଶ ଚନ୍ଦ୍ର ଯୋଷୀ, ପ୍ରତାପ ଗୁଆଲ, ଉଜ୍ୱଳ ହଂସ, ସାହାଦଦ ଖାଁ, ସଂଜୀବ ମେହେର ପ୍ରମୁଖଙ୍କ ନେତୃତ୍ୱରେ ବିଜେପି କର୍ମୀମାନେ ସତ୍ୟାଗ୍ରହରେ ବସିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ବୋଡ଼େନ: ବୋଡ଼େନ ବ୍ଲକ୍‌ ବିଜେପି ପକ୍ଷରୁ ବୋଡ଼େନ ଥାନା ଘେରାଉ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ବ୍ଲକ୍‌ ସଭାପତି ନୀଳାମ୍ବର ମେହେରଙ୍କ ନେତୃତ୍ଵରେ ଜିଲ୍ଲା ସଭାପତି ଶିବପ୍ରସାଦ ମୁଣ୍ଡ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅତିନ୍ଦ୍ରଜିତ ସିଂ, ହେମସାଗର ମାଝୀ, କିଶୋର ନାଗ, କୀର୍ତ୍ତନ ବାଗ, ଦୁଧିଆ ମାଝୀ, ଅନୁର ମାଝୀ, ବେଣୁଧର ଜଗତ, ଅନଙ୍ଗ ଦାସ, ଦୌଚନ ତାଣ୍ଡି, ଶଶିଭୂଷଣ ଜଗତ, ମଧୁସୂଦନ ଦଣ୍ଡସେନା, ହୀରାଧର ମାଝୀ, କୁବେର ମାଝୀ, ଚୈତନ୍ୟ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।
କୋମନା: ବିଜେପି ପକ୍ଷରୁ କୋମନା ଥାନା ସମ୍ମୁଖରେ ବରିଷ୍ଠ ନେତୃମଣ୍ଡଳୀ ପ୍ରତିବାଦ ଜଣାଇ ଧାରଣା ଦେଇଥିଲେ। ଏଥିରେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଯଦୁମଣି ପାଣିଗ୍ରାହୀଙ୍କ ସମେତ ରାଜ୍ୟ ଦଳିତ ମୋର୍ଚ୍ଚା ଉପସଭାପତି ମନିଜର ଆର୍ଯ୍ୟ, ଜିଲ୍ଲା ସଂପାଦକ ମୃତ୍ୟୁଞ୍ଜୟ ପାଣିଗ୍ରାହୀ, କୋମନା ବ୍ଲକ୍‌ ସଭାପତି ପିତାମ୍ବର ନାଗ, ଈଶ୍ୱରଚନ୍ଦ୍ର ପଟେଲ, ପ୍ରବୀଣ ଭୋଇ, ବିକ୍ରମ ଆଡ଼ବଙ୍ଗ, ଚନ୍ଦନ ଠାକୁର ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର