ଭବାନୀପାଟଣା: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୂର୍ବାହ୍ନ ସାଢେ ୧୦ଟା ବେଳେ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସହରସ୍ଥିତ ମା’ ମାଣିକେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ଏହାପରେ ମୁଖ୍ୟମନ୍ତ୍ରୀ କହିଲେ ଯେ ବିଜେଡି ଏଥର ନିର୍ବାଚନରେ ଭଲ ପ୍ରଦର୍ଶନ କରିବ। ମା’ ମାଣିକେଶ୍ୱରୀ ମନ୍ଦିରରୁ ହେଲିପ୍ୟାଡ୍ ଯାଏଁ ମୁଖ୍ୟମନ୍ତ୍ରୀ ରୋଡ୍ ସୋ’ କରିବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହିତ କଳାହାଣ୍ଡିର ଲୋକସଭା ପ୍ରାର୍ଥୀ ତଥା ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ, ବିଜେଡି ବିଧାନସଭା ପ୍ରାର୍ଥୀ ଦୁଷ୍ମନ୍ତ ନାୟକ ଏବଂ ମହିଳା ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ସମେତ ବହୁ ନେତା ଉପସ୍ଥିତ ଅଛନ୍ତି।
/sambad/media/post_attachments/wp-content/uploads/2019/04/manikeswari.jpg)
ମୁଖ୍ୟମନ୍ତ୍ରୀ ଭବାନୀପାଟଣାରୁ ହେଲିକେପ୍ଟର ଯୋଗେ ଜୟପାଟଣା ବ୍ଲକର ଚାଚିପଡ଼ା , ତୁଳାପଡ଼ା,ଏବଂ ବିଶ୍ବନାଥପୁର ଆଦି ସ୍ଥାନରେ ନିର୍ବାଚନ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି। ଆଜି ଦିନ ସାରା ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଜିଲ୍ଲାରେ ବିଜେଡି ପ୍ରାର୍ଥୀମାନଙ୍କ ସପକ୍ଷରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ପର୍ଯ୍ୟାୟ ନିର୍ବାଚନର ପ୍ରଚାରରେ ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲା ଗସ୍ତରେ ଆସି ଭବାନୀପାଟଣା ସହରସ୍ଥିତ ଇରିଗେସନ ଆଇବିରେ ଗତକାଲି ରାତ୍ରି ରହଣି କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/Naveen-in-Bhawanipatna_Thumbnail.jpg)