କୋକସରା: ଗତକାଲି ବିଳମ୍ବିତ ରାତିରେ କଳାହାଣ୍ଡି ଜିଲ୍ଲାର କୋକସରା ବ୍ଲକ ଆମପାଣି ଥାନା ଅଧୀନରେ ଥିବା କାଉଡୋଳା ଗ୍ରାମର ସୁରଥ ସରାବୁଙ୍କ ଘରେ ସଶସ୍ତ୍ର ଡକାୟତି ହୋଇଥିବା ସୂଚନା ମିଳିଛି। ବିଳମ୍ୱିତ ରାତି ପ୍ରାୟ ୧ ଟା ସମୟରେ ୬ ଜଣ ମୁଖାପିନ୍ଧା ଡକାୟତ ଘରେ ପଶି ସିସି ଟିଭି କ୍ୟାମେରା ଭାଙ୍ଗିବା ପରେ ଲୁଟ କରିବା ପରେ ଫେରାର ମାରିଛନ୍ତି। ଡକାୟତମାନଙ୍କ ମରଣାନ୍ତକ ଆକ୍ରମଣରେ ଘର ମାଲିକ ସୁରଥ ସରାବୁଙ୍କ ସମେତ ତାଙ୍କ ସ୍ତ୍ରୀ ଗୁରୁତର ହୋଇଥିବା ବେଳେ ପରେ ତାଙ୍କୁ ଉଦ୍ଧାର କରି କୋକସରା ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ ଭବାନୀପାଟଣା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
ଖବର ପାଇ ଆମପାଣି ଥାନା ପୁଲିସ ରାତିରେ ପହଞ୍ଚି ତଦନ୍ତ ଜାରି ରଖିଛି। ଡକାୟତମାନେ ସୁନାଗହଣା ସହ ନଗଦ ଟଙ୍କା ଲୁଟ କରିଥିବା ଅଭିଯୋଗ ହୋଇଛି। ତେବେ କେତେ ସୁନା ଓ ଟଙ୍କା ଲୁଟ କରିଛନ୍ତି ତାହା ଅସ୍ପଷ୍ଟ ରହିଛି। ଘଟଣାର ତଦନ୍ତ ପାଇ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ଆସିଥିବା ନେଇ ସୂଚନା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/Untitled-56.png)