ଭବାନୀପାଟଣା: ରାଜ୍ୟରେ ବର୍ତ୍ତମାନ ୨୦ଟି ସ୍ଵତନ୍ତ୍ର କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ରହିଛି | ଏକ ସପ୍ତାହ ମଧ୍ୟରେ ସମସ୍ତ ୩୦ ଜିଲ୍ଲାରେ ପ୍ରସ୍ତାବିତ ୩୫ଟି ହସ୍ପିଟାଲ କାର୍ଯ୍ୟକ୍ଷମ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି | ଏହି କ୍ରମରେ ଆଜି କଳାହାଣ୍ଡି ଜିଲ୍ଲାରେ କୋଭିଡ ହସ୍ପିଟାଲର ପ୍ରସ୍ତୁତି ନେଇ ସମୀକ୍ଷା କରିଥିଲେ ୫-ଟି ସଚିବ ଓ ଉନ୍ନୟନ କମିଶନର |
/sambad/media/post_attachments/wp-content/uploads/2020/04/67fee945-4236-4142-8e35-97092ed43507-300x225.jpg)
୫-ଟି ସଚିବ ଭିକେ ପାଣ୍ଡିଆନ ଓ ଉନ୍ନୟନ କମିଶନର ସୁରେଶ ମହାପାତ୍ର ଆଜି କଳାହାଣ୍ଡିର ଉତକେଲା ବିମାନବନ୍ଦରରେ ଓହ୍ଲାଇବା ପରେ ଭବାନୀପାଟଣାରେ ଥିବା ସରକାରୀ ଇଂଜିନିୟରିଂ କଲେଜକୁ ଗସ୍ତ କରିଥିଲେ | ଏଠାରେ ହେବାକୁ ଥିବା ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲର ପ୍ରସ୍ତୁତି ନେଇ ଜିଲ୍ଲାପାଳ ଡକ୍ଟର ଗଭାଲି ପରାଗ ହର୍ଷଦ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହ ଆଲୋଚନା କରିଥିଲେ |
ଏଠାରେ ସୂଚନା ଥାଉ କି କଳାହାଣ୍ଡି ଜିଲ୍ଲାରେ ୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଜଣେ ସୁସ୍ଥ ହୋଇସାରିଛନ୍ତି | ଗତ ୫ ଏପ୍ରିଲରେ ପ୍ରଥମ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧୧ ଏପ୍ରିଲରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/f3e2ed8b-e929-4e7c-82c9-d2c12b1dfbf6-2.jpg)