ଭବାନୀପାଟଣା: ବହୁ ପ୍ରତୀକ୍ଷିତ ମାଁ ମାଣିକେଶ୍ବରୀଙ୍କ ପବିତ୍ର ଛତର ଯାତ୍ରା ଆଜି ଭୋର ସକାଳୁ ଆରମ୍ଭ ହୋଇଛି। ଯାତ୍ରା ଶାନ୍ତିଶୃଙ୍ଖଳାର ସହ ଆୟୋଜନ ପାଇଁ ବ୍ୟାପକ ପରିମାଣରେ ପୁଲିସ ଫୋର୍ସ ନିୟୋଜିତ ଅଛନ୍ତି। ଭିଡ଼କୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ସିସିଟିଭି ବ୍ୟବସ୍ଥା କରାଯାଇଛି। ଡ୍ରୋନ କ୍ୟାମେରା ଦ୍ବାରା ସମସ୍ତ ଗତିବିଧିକୁ ରେକର୍ଡ କରାଯିବ।

Advertisment

ସେହିଭଳି ପୁଲିସ ପକ୍ଷରୁ ସ୍ବତନ୍ତ୍ର ଭାବେ ଭିଡିଓ ସୁଟିଂ ବ୍ୟବସ୍ଥା ହୋଇଛି। ଛତର ପଛରେ ଗୋଟିଏ ଆମ୍ବୁଲାନ୍ସ, ଘୋଡ଼ାଘାଟ ଛକ ଓ ମାଣିକେଶ୍ବରୀ ମନ୍ଦିର ସମେତ ଅନ୍ୟ ସ୍ଥାନରେ ଆମ୍ବୁଲାନ୍ସ ନିୟୋଜିତ ହୋଇଛି। ଛତର ଯାତ୍ରାରେ ଅନେକଗୁଡ଼ିଏ ସାଂସ୍କୃତିକ ଦଳ ଯୋଗଦେଇଛନ୍ତି। ଭୋର ୫ଟାରେ ପୂଜାର୍ଚ୍ଚନା ଓ ରୀତିନୀତି ପରେ ଛତର ଯାତ୍ରା ଜେନାଖାଲ ଠାରୁ ବାହାରି ମାଣିକେଶ୍ବରୀ ମନ୍ଦିର ଅଭିମୁଖେ ବାହାରିଛି। ଶ୍ରଦ୍ଧାଳୁମାନେ ରାସ୍ତାରେ ଦର୍ଶନ ପାଇଁ ଭିଡ ରହିବା ଯୋଗୁଁ ବିଭିନ୍ନ ସ୍ଥାନରେ ସିସିଟିଭିକୁ ବ୍ୟବହାର କରି କଣ୍ଟ୍ରୋଲ ରୁମ ସହିତ ଯୋଗାଯୋଗ କରିପା‌ରିବେ।

ଭବାନୀପାଟଣା ସହରର ଯେଉଁ ରାସ୍ତାରେ ଛତର ଯାତ୍ରାର ଆୟୋଜନ କରାଯାଇଛି ଏହା ଜନସମୁଦ୍ର ପାଲଟିଛି। ମାଆଙ୍କ ପାଇଁ ସହର ଭାବମୟ ହୋଇଯାଇଛି। କଳାହାଣ୍ଡିବାସୀଙ୍କ ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ଵରୀ, ମହାଷ୍ଟମୀ ମଧ୍ୟରାତ୍ରୀରେ ଗର୍ଭଗୃହରୁ ବାହାରି ଛତର ରୂପେ ସହରର ପଶ୍ଚିମ ଉପକଣ୍ଠରେ ଥିବା ୩କିମି ଦୂର ଜେନାଖାଲ ଅଭିମୁଖେ ବାରିଛନ୍ତି। ଗୁପ୍ତ ପୂଜା ସାରି ଫେରିଲା ବାଟରେ ପାହାନ୍ତିଆରୁ ମାଁଙ୍କ ଛତରର ମୁହୁର୍ତ୍ତକର ଝଲକ୍ ପାଇଁ ଶ୍ରଦ୍ଧାଳୁ, ଭକ୍ତ, ମାନସିକଧାରୀଙ୍କ ଆଖି ଛଳ ଛଳ ହୋଇଯାଇଥିଲା। ଅନେକ ଆଶା ଥିବ, ବିଭିନ୍ନ ପାରମ୍ପାରିକ ବାଦ୍ୟର ତାଳେତାଳେ ମାଁଙ୍କୁ ପାଛୋଟି ଆଣୁଥିବେ। ସହର କହୁଛି, ମାଁ ଆସୁଛନ୍ତି... ମାଁଙ୍କ ଆଗମନର ଆଭାସ ଯେମିତି ଭକ୍ତଙ୍କୁ ବ୍ୟାକୁଳତା,ଆଉ ଉତ୍ସାହିତ କରୁଛି।

ଆସନ୍ତାକାଲି ମାଁ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରାକୁ ନେଇ କଳାହାଣ୍ଡି ପୁଲିସ ପକ୍ଷରୁ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା ରହିଛି। ସାଢେ ଚାରିଲକ୍ଷ ଲୋକଙ୍କ ଆକଳନ କରିଛନ୍ତି ପ୍ରଶାସନ। ୧୩ ପ୍ଳାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। ୨୫ଟି ଛକରେ ଟ୍ରାଫିକ ନିୟନ୍ତ୍ରଣ କରାଯାଇଛି। ୩୫ଟି ସିସିଟିଭି କ୍ୟାମେରା ଟାଉନଥାନା କଂଟ୍ରୋଲ ରୁମରୁ କଂଟ୍ରୋଲ କରାଯାଉଛି। ସେହିଭଳି ୨୨ଟି ଘଣ୍ଟଦଳ ୨୨ ଲୋକେସନରେ ପୁଲିସ ନିୟନ୍ତ୍ରଣରେ ରହିଛନ୍ତି।

 Bhabanipatna