ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କୋକସରା ଥାନା କାଶିବାହଲ ଗାଁର ଋଷିମଣି ପୁଝାରୀଙ୍କ ଘରେ ବିଳମ୍ବିତ ରାତିରେ ସଶସ୍ତ୍ର ଡକାୟତି ଘଟିଥିବାର ଖବର ମିଳିଛି।
ସୂଚନା ଅନୁଯାୟୀ, କାଶିବାହଲ ଗାଁର ଋଷିମଣି ପୁଝାରୀଙ୍କ ଘରେ ପଶି ୧୦/୧୨ ମୁଖାପିନ୍ଧା ଡକାୟତି କରିଥିଲେ। ଡକାୟତଙ୍କ ଏୟାରଗନ ଗୁଳିରେ ତାଙ୍କ ପୁଅ ରୋହନ ଗୁରୁତର ହୋଇଛନ୍ତି। ରୋହନଙ୍କୁ ଭବାନୀପାଟଣା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସିସିଟିଭି ହାର୍ଡ ଡିସ୍କ ଅକାମି କରିବା ସହ ନଗଦ ଟଙ୍କା ଓ ସୁନାଗହଣା ଲୁଟ କରିଥିବା ନେଇ ଅଭିଯୋଗ ହୋଇଛି। ଘଟଣାସ୍ଥଳରେ କୋକସରା ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/Untitled-35.png)