ଧର୍ମଗଡ଼ : ଧର୍ମଗଡ଼ ସହରଠାରୁ ମାତ୍ର କିଛି ଦୂରରେ ଥିବା ବଗାଡ଼ ଗାଁରେ ଖୋଲାଖୋଲି ଭାବେ କୁଚିଆ ମଦ କାରବାର ଚାଲିଛି। ବେଆଇନ ମଦ କୋଠି ଚଳାଇ ବେପାରୀ ମାଲାମାଲ ହେଉଛନ୍ତି। ଏନେଇ ଅଭିଯୋଗ କଲେ ମଧ୍ୟ ପୁଲିସ କାର୍ଯ୍ୟାନୁଷ୍ଠାନ ନେଉ ନଥିବା ଅଭିଯୋଗ ହୋଇଛି। ଶେଷରେ ଗାଁର ମହିଳାମାନେ ଧର୍ମଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କ ଦ୍ବାରସ୍ଥ ହୋଇଛନ୍ତି। ସେମାନଙ୍କ ଅଭିଯୋଗ ଅନୁସାରେ, ବଗାଡ ମୁଖ୍ୟ ଛକ ସ୍କୁଲ ନିକଟରେ ଜଣେ ବ୍ୟକ୍ତି ଖୋଲାଖୋଲି ମଦ କୋଠି ଚଳାଇଛନ୍ତି। ସେଠାରେ ମଦ୍ୟପଙ୍କ ଭିଡ଼ ହେବା ସହ ନାନା ଗଣ୍ଡଗୋଳ ହେଉଛି। ବିଶେଷ କରି ମହିଳା ଓ ଶିଶୁମାନଙ୍କ ଉପରେ ଏହାର କୁପ୍ରଭାବ ପଡୁଛି। ଏହି ମଦକୋଠିକୁ ବନ୍ଦ କରିବାକୁ କହିବାରୁ ମା’ ପାର୍ବତୀ ଏସ୍ଏଚ୍ଜିର ସଭାନେତ୍ରୀ ତନୁଜା ନିଆଲଙ୍କୁ କୋଠି ମାଲିକ ମାଡ଼ପିଟ କରିଥିଲେ। ଏହାକୁ ନେଇ ଗତ ୧୭ ତାରିଖରେ ଧର୍ମଗଡ଼ ଥାନାରେ ଏକ ମାମଲା ମଧ୍ୟ ରୁଜୁ କରାଯାଇଥିଲା। ଏହି ଅଭିଯୋଗ ଉପରେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ କରୁନାହିଁ ବୋଲି ଗୋଷ୍ଠୀର ସଦସ୍ୟାମାନେ ଅଭିଯୋଗ କରିଛନ୍ତି। ଫଳରେ ସେମାନେ ବାଧ୍ୟ ହୋଇ ଶନିବାର ସଭାନେତ୍ରୀ ତନୁଜା ନିଆଲ, ସଂପାଦିକା କ୍ଷୀରକାନ୍ତି ସୁନାନୀ, ସଭ୍ୟା ରିନା ଗୋପାଲ, ସୁନା ଦଳାଇ, କୁମାରୀ ଜାଲ, ଜାନକୀ ନାଏକ, ବେଦ ନିଆଲ ପ୍ରମୁଖ ଧର୍ମଗଡ଼ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକଙ୍କ ଦ୍ୱାରସ୍ଥ ହୋଇଛନ୍ତି। ତୁରନ୍ତ କାର୍ଯ୍ୟାନୁଷ୍ଠାନ ନହେଲେ ଆନ୍ଦୋଳନ କରିବେ ବୋଲି ଧମକ ଦେଇଛନ୍ତି। ଏସଡିପିଓ ନାରାୟଣ ନାୟକଙ୍କୁ ଯୋଗାଯୋଗ କରିବାରୁ ୩ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଥିଲେ।
ମଦ କୋଠି ବନ୍ଦ ଦାବି ଉପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଶୂନ, ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକଙ୍କ ଦ୍ୱାରସ୍ଥ ହେଲେ ମହିଳା
/sambad/media/post_attachments/wp-content/uploads/2018/12/drinking-liqour-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)