ଧର୍ମଗଡ଼: ଧର୍ମଗଡ଼କୁ ଜିଲ୍ଲା ମାନ୍ୟତା ଦାବି ପୁଣି ଜୋର୍ ଧରିଛି। ସୋମବାର ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୦ ଦଫା ସମ୍ବଳିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦ୍ୟେଶରେ ସ୍ଥାନୀୟ ଉପଜିଲ୍ଲାପାଳଙ୍କୁ ଦିଆଯାଇଛି। ସେହିପରି ଦାବି ପୂରଣ ନହେବା ପର୍ଯ୍ୟନ୍ତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗଣଧାରଣା ଆରମ୍ଭ ହୋଇଛି। ଜିଲ୍ଲା ଦାବି କ୍ରିୟାନୁଷ୍ଠାନ କମିଟି ଆବାହକ ଆଇନଜୀବୀ ତୁଷାର ରଞ୍ଜନ ପଟ୍ଟଯୋଷୀଙ୍କ ଅଧ୍ୟକ୍ଷତାରେ ଓକିଲ ସଂଘ ସଭାପତି ପ୍ରସନ୍ନ ଅଗସ୍ତି, ଧର୍ମଗଡ଼ ନଗରପାଳ ଅଶୋକ ମହାନ୍ତି, ସରପଞ୍ଚ ସଙ୍ଘ ସଭାପତି ହାତୀରାମ ଦୁର୍ଗା, ପୂର୍ବ ବ୍ଲକ୍ ଅଧ୍ୟକ୍ଷ ରବୀନ୍ଦ୍ର ପଟ୍ଟଯୋଷୀ, ଓବିସି ନେତା ଡମ୍ବରୁଧର ଲହଜଲ, କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ସଂଘ ସଂପାଦକ ହୃଷୀକେଶ ମିଶ୍ର, ଚେମ୍ବର ଅଫ୍ କମର୍ସ ସଭାପତି ବିଦ୍ୟାଧର ସାହୁ, ପୂର୍ବ ସରପଞ୍ଚ ଘନଶ୍ୟାମ ଅଗ୍ରୱାଲ, ଲକ୍ଷ୍ମୀକାନ୍ତ ବାଗ, ପୂର୍ବ ଜିଲ୍ଲା ପରିଷଦ ସଭ୍ୟ ଦିଗାମ୍ବର ଦୁରିଆ, ସୁଲୋଚନା ବିଶି, ବରିଷ୍ଠ ଆଇନଜୀବୀ ସୁବାସ ଚନ୍ଦ୍ର ପାଣିଗ୍ରାହୀ, ପ୍ରଦୀପ ଦାସ, ସୁମନ୍ତ ପଣ୍ଡା, କୃପାସିନ୍ଧୁ ପଣ୍ଡା, ପ୍ରେମଲାଲ ସାଗର, ଦେବୀ ମିଶ୍ର, ପୂର୍ବ ସମିତି ସଭ୍ୟ ଜନ୍ମେଜୟ ନାଏକଙ୍କ ସହ କମିଟିର ବହୁ ସଭ୍ୟ ଯୋଗଦେଇଥିଲେ। ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ସହକାରୀ ଜିଲ୍ଲାପାଳ ନନ୍ଦକିଶୋର ତାଣ୍ଡିଙ୍କୁ ଦାବିପତ୍ର ଦିଆଯାଇଥିଲା।
ଧର୍ମଗଡ଼ ଜିଲ୍ଲା ଗଠନ ଦାବି: କ୍ରିୟାନୁଷ୍ଠାନ କମିଟିର ଗଣଧାରଣା ଆରମ୍ଭ
/sambad/media/post_attachments/wp-content/uploads/2023/08/52822aa1-4e5d-4b4a-acf6-ebb3c08a55b3.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)