କୋକସରା: କିଛିଦିନ ହେଲା କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ ଅନ୍ତର୍ଗତ ଲଡୁଗାଁରେ ମ୍ୟାଲେରିଆ ଜ୍ୱର ବ୍ୟାପିବାରେ ଲାଗିଛି। ଏଥିରେ ୩ ଶହରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣ ରକ୍ତ ବିଶାଖାପାଟଣା ତଥା ବେସରକାରୀ ଡାକ୍ତରଖାନାରେ ପରୀକ୍ଷା କରାଇବା ପରେ ଡେଙ୍ଗୁ ଭୂତାଣୁ ଥିବା ଜଣାଯାଇଛି। ଏନେଇ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି। ବୁଧବାର ଜିଲ୍ଲା ମୁଖ୍ୟାଳୟରୁ ଏକ ଡାକ୍ତରୀ ଦଳ ଏହି ଗାଁରେ ପହଞ୍ଚି ୨୫୩ ଜଣ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିିଥିଲେ ଓ ୧୯୦ ଜଣ ରୋଗୀଙ୍କ ରକ୍ତ ନମୁନା ସଂଗ୍ରହ କରିଥିଲେ। ସେମାନଙ୍କ ମଧ୍ୟରୁୁ ୬ ଜଣଙ୍କଠାରେ ମ୍ୟାଲେରିଆ ଚିହ୍ନଟ ହୋଇଛି ବୋଲି ଜିଲ୍ଲା ମ୍ୟାଲେରିଆ ଅଧିକାରୀ ଜ୍ୟୋତିଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି। ଅନ୍ୟପକ୍ଷେ ଡେଙ୍ଗୁ ଜ୍ୱର ନେଇ ଆତଙ୍କିତ ହେବାର ନାହିଁ ବୋଲି କହିଥିଲେ। ଅବସରପ୍ରାପ୍ତ ସିଡିଏମଓ ତଥା ଏପିଡେମିଓଲୋଜିଷ୍ଟ ଏସ୍. ରଥ, ଜିଲ୍ଲା ଭିଭିଡି ପରାମର୍ଶଦାତା ସନ୍ତୋଷ ବାଗ ଓ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଇନଚାର୍ଜ ଡା. ସୁଶୀଲ ସାହୁ ରୋଗୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ତେବେ ୧୦ ଜଣ ରୋଗୀଙ୍କ ରକ୍ତ ନମୁନା ଜିଲ୍ଲା ଚିକିତ୍ସାଳୟକୁ ଡେଙ୍ଗୁ ଭୂତାଣୁ ଥିବା ସନ୍ଦେହରେ ପଠାଯାଇଥିବା ଜଣାପଡିଛି। ଅନ୍ୟମାନଙ୍କ ମଧ୍ୟରେ ଏମଏଚୟୁ ଡାକ୍ତର ଅନୁ, ଫର୍ମାାସିଷ୍ଟ ଶୁଭେନ୍ଦୁ ପଣ୍ଡା, ଏମପିଏସ ସୁଦେଶ ପଣ୍ଡା, କେତନ ପାତ୍ର, ଶ୍ରବଣ ପାଢୀ, ବିଶ୍ୱନାଥ ଠାକୁର, କ୍ଷୀରୋଦ ବାଗ, କୃଷ୍ଣ ରାଜପୁତ, ରମେଶ ସାହୁ, ମଳୟ ଠାକୁର, ଅକ୍ଷୟ ଶବର ପ୍ରମୁଖ ଏହି ଦଳରେ ସାମିଲ ଥିଲେ। ଲଡୁଗାଁ କଲେଜର ଅଧ୍ୟାପକ ତଥା ରେଡକ୍ରସ ଅଧିକାରୀ ସଂଜୟ ପୁରୋହିତଙ୍କ ନେତ୍ୱତ୍ୱରେ କଲେଜର ଛାତ୍ରଛାତ୍ରୀ ଉକ୍ତ ଗାଁରେ ଡେଙ୍ଗୁ, ମ୍ୟାଲେରିଆ ନେଇ ସଚେତନତା ଶୋଭାଯାତ୍ରା କରିଥିଲେ।
ଲଡୁଗାଁରେ ବ୍ୟାପୁଛି ଡେଙ୍ଗୁ ଜ୍ୱର:ରକ୍ତ ନମୁନା ସଂଗ୍ରହ କଲା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ
/sambad/media/post_attachments/wp-content/uploads/2018/08/dengue-mosquito-.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)