କର୍ଲାମୁଣ୍ଡା ବ୍ଲକ ଅଧ୍ୟକ୍ଷାଙ୍କୁ ଅଣ୍ଡାମାଡ଼

ଭବାନୀପାଟଣା, : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକରେ ଆଜି ସନ୍ଧ୍ୟାରେ କଳାହାଣ୍ଡି ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା । କର୍ଲାମୁଣ୍ଡା ବ୍ଲକ ଅଧ୍ୟକ୍ଷା ଅମ୍ରିତା ସାହୁ ଉଦବୋଧନ ଦେଉଥିବାବେଳେ ତାଙ୍କ ଉପରକୁ ଅଣ୍ଡାମାଡ଼ ହେବା ଘଟଣା ଏଠାରେ ଚାଞ୍ଚଲ୍ୟ ଖେଳିଯାଇଛି । କର୍ଲାମୁଣ୍ଡା ବ୍ଲକର ବଜାର ପଡ଼ିଆରେ ମଂଗଳବାର ସନ୍ଧ୍ୟାରେ ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା । ଏଥିରେ ମୁଖ୍ୟଅତିଥି ଭାବେ ନର୍ଲା ବିଧାୟକ ଧନେଶ୍ୱର ମାଝୀ , କର୍ଲାମୁଣ୍ଡା ବ୍ଲକ ଅଧ୍ୟକ୍ଷା ଅମ୍ରିତା ସାହୁ , ଜିଲ୍ଲାପରିଷଦ ସଦସ୍ୟା ପୁଷ୍ପକାନ୍ତି କୁମାର ଓ ପ୍ରଭାତି ଭୋଇ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବାବେଳେ ମୁଖ୍ୟବକ୍ତା ଭାବରେ ଡଃ ଉମେଶଚନ୍ଦ୍ର ଶତପଥୀ ଯୋଗଦେଇଥିଲେ ।

ଉଦବୋଧନ ଦେଇ କାର୍ଯ୍ୟକ୍ରମ ଅଧାରୁ ବିଧାୟକ ଚାଲିଯାଇଥିଲେ । କର୍ଲାମୁଣ୍ଡା ବ୍ଲକ ଅଧ୍ୟକ୍ଷା ଭାଷଣ ଦେବା ସମୟରେ କେହି ଜଣେ ତାଙ୍କ ଉପରକୁ ଅଣ୍ଡାମାଡ଼ କରିଥିଲେ । ଅଧ୍ୟକ୍ଷାଙ୍କ ହାତରେ ଅଣ୍ଡା ବାଜିବା ପରେ ସେମାନେ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଏହି ଘଟଣାପରେ ଅଧ୍ୟକ୍ଷାଙ୍କ ସମର୍ଥଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଅଧ୍ୟକ୍ଷା ବିଜେଡି ଦଳର ଥିବାବେଳେ ଏବେ ପୁଣି ବିଜେଡିକୁ ଅଣ୍ଡାମାଡ଼ ଭୟ ଘାରିଛି ।

ସମ୍ବନ୍ଧିତ ଖବର