ଗତ ରାତିରୁ ପୋଖରୀରେ ଫସି ରହିଥିବା ହାତୀ ଉଦ୍ଧାର

ଭବାନୀପାଟଣା:  ଗତ ରାତିରୁ ପୋଖରୀରେ ଫସି ରହିଥିବା ହାତୀ ଅବଶେଷରେ ଆଜି ଉଦ୍ଧାର ହୋଇଛି। ଲାଞ୍ଜିଗଡ଼ ବିଶ୍ୱନାଥପୁର ରେଞ୍ଜ ଅନ୍ତର୍ଗତ କିଡିଙ୍ଗ ଗାଁ ନିକଟସ୍ଥ ଜଙ୍ଗଲକୁ ଆସିଥିବା ବେଳେ ପାଣିରେ ଫଶିରହିଥିଲା ହାତୀ । ସକାଳୁ ସକାଳୁ ଗାଁ ଲୋକେ ଦେଖିବା ପରେ ବନବିଭାଗକୁ ଖବର ଦେଇଥିଲେ। ଏକ ସ୍ୱତନ୍ତ୍ର ଟିମ୍ ଉଦ୍ଧାର କାମ କରିଥିଲେ। ଦୀର୍ଘ ୫ ଘଣ୍ଟାର ପ୍ରୟାସ ପରେ ହାତୀକୁ ଉଦ୍ଧାର କରାଯାଇଥିବାର ଖବର ମିଳିଛି।

ସୂଚନାଯୋଗ୍ୟ, କଳାହାଣ୍ଡି ବନଖଣ୍ଡ ଲାଞ୍ଜିଗଡ଼ ବ୍ଲକର ଦୁର୍ଗମ ଅଞ୍ଚଳରେ ଦିନକୁ ଦିନ ହାତୀମାନଙ୍କ ପ୍ରଦୁର୍ଭାବ ବଢିବାରେ ଲାଗିଛି । ସଂଧ୍ୟା ହେଲେ ଗାଁମୁହାଁ ହେଉଛନ୍ତି ହାତୀପଲ। ଗାଁରେ ପଶି ଫସଲ ନଷ୍ଟ କରିବା ସହ ଘରଦ୍ୱାର ଭାଙ୍ଗୁଛନ୍ତି।

 

ସମ୍ବନ୍ଧିତ ଖବର