ପ୍ରାବନ୍ଧିକ ଚନ୍ଦ୍ରଶେଖର ହୋତା ପାଇବେ ମହୁରି ସମ୍ମାନ

ଭବାନୀପାଟଣା: ପ୍ରାବନ୍ଧିକ ଚନ୍ଦ୍ରଶେଖର ହୋତା ପାଇବେ ଚଳିତ ୨୦୧୮ ବର୍ଷର ସମ୍ମାନଜନକ ‘ମହୁରି ସମ୍ମାନ’। ଏହି ଘୋଷଣା କରିଛନ୍ତି ମହୁରିର ମୁଖ୍ୟ ସ˚ପାଦକ ଭବାନୀ ଶଙ୍କର ନିଆଲ। ଓଡ଼ିଆ ସାହିତ୍ୟ ପତ୍ରିକା ମହୁରିର ବାର୍ଷିକ ଉତ୍ସବ ଅବସରରେ ପ୍ରତିବର୍ଷ ଏହି ସମ୍ମାନ ପ୍ରଦାନ କରାଯାଇଥାଏ। ଶ୍ରୀ ହୋତାଙ୍କ ପ୍ରବନ୍ଧ ସ˚କଳନ ‘କଳ୍ପନା, ଅନୁଭବ ଓ ସାହିତ୍ୟ’ ୨୦୧୭ ମସିହାରେ ପ୍ରକାଶ ପାଇ ବହୁ ପାଠକୀୟ ଆଦୃତି ଲାଭ କରିଛି। ସ˚ପ୍ରତି ସେ ରାୟଗଡ଼ା ଜିଲ୍ଲାର ମୁନିଗୁଡ଼ାଠାରେ ଉପଖଣ୍ତ ଆରକ୍ଷୀ ଅଧିକାରୀ ଭାବେ ଅବସ୍ଥାପିତ। ସେ ବଲାଙ୍ଗୀର ଜିଲ୍ଲା ଗୁର‌୍‌ଜୀଭଟ୍ଟାଠାରେ ୧୯୮୫ ମସିହାରେ ଜନ୍ମ ଗ୍ରହଣ କରିଥିଲେ। ପ୍ରବନ୍ଧରେ ତାଙ୍କର ଦୃଷ୍ଟିଭଙ୍ଗୀ ବ୍ୟାପକ ଓ ନିଆରା। ତାଙ୍କୁ ଏହି ସମ୍ମାନ ଆସନ୍ତା ୨୮ରେ ଯାଜପୁର ଠାରେ ଆୟୋଜିତ ହେବାକୁ ଯାଉଥିବା ମହୁରି ମହୋତ୍ସବରେ ପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର