ଋଣ ଭାରରେ ଅତିଷ୍ଠ ହୋଇ ବିଷ ପିଇ ଜୀବନ ହାରିଲେ କପା ଚାଷୀ

ଭବାନୀପାଟଣା: ଋଣ ଭାରରେ ଅତିଷ୍ଠ ହୋଇ ଜଣେ କପା ଚାଷୀ ଆତ୍ମହତ୍ୟା କରିଥିବା ରବିବାର ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା ବୋଟା ଥାନା ଅନ୍ତର୍ଗତ ମାଦିଗୁଡ଼ା ଗାଁର କପା ଚାଷୀ ବାହାଦୂର ରଣା ଶନିବାର ବିଷ ପିଇ ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ବାହାଦୂରଙ୍କ ମୃତ୍ୟୁ ଘଟିଛି।

ସୂଚନା ଅନୁସାରେ ବିଷ ପିଇ ଆତ୍ମହତ୍ୟା କରିଥିବା ବାହାଦୂର ୪ ଏକର ଜମିରେ ଏଥର କପା ଚାଷ କରିଥିଲେ। ଏଥି ପାଇଁ ସେ ବ୍ୟାଙ୍କରୁ ୪ ଲକ୍ଷ ଟଙ୍କା ଋଣ ଆଣିଥିଲେ। ମାତ୍ର ଲଗାଣ ବର୍ଷା ଯୋଗୁଁ କପା ଭଲ ହୋଇ ନଥିଲା। ଫସଲର ଅଧିକାଂଶ କ୍ଷତି ହୋଇ ଯାଇଥିଲା। ବ୍ୟାଙ୍କ ଋଣ କିପରି ପରିଷୋଧ କରିବେ ସେ ନେଇ ବାହାଦୂର ମାନସିକ ଦୁଶ୍ଚିନ୍ତାର ଶିକାର ହୋଇଥିଲେ। ଶେଷରେ ଉପାୟ ଶୂନ୍ୟ ହୋଇ ବିଷ ପିଇ ଦେଇଥିଲେ।

ସମ୍ବନ୍ଧିତ ଖବର