ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ଜଙ୍ଗଲ ଜଳୁ ଥିବା ଦୃଶ୍ୟମାନ ଦେଖିବାକୁ ମିଳୁଛି। ଜିଲ୍ଲା ଦକ୍ଷିଣ ବନଖଣ୍ଡ ବିଶ୍ବନାଥପୁର ବନାଞ୍ଚଳ ଅଧୀନରେ ଥିବା ଜଙ୍ଗଲମାନଙ୍କରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି ନିଆଁ। ନିଆଁର ଆଁରେ ଜଳି ଯାଉଛି ହେକ୍ଟର ହେକ୍ଟର ଜାଗାର ଜଙ୍ଗଲରେ ଥିବା ମୂଲ୍ୟବାନ ଗଛ ସାଙ୍ଗକୁ ବହୁ ସଂଖ୍ୟାରେ ବନ୍ୟପ୍ରାଣୀଙ୍କ ଜୀବନ ବିପଦରେ ପଡ଼ିଛି।
ବର୍ତ୍ତମାନ ବନାଞ୍ଚଳ ଅଧୀନରେ ଥିବା ବିଶ୍ୱନାଥପୁର, ବିଜେପୁର, ମୂଷାନାଳ, ସିକେରକୁପା ଓ ଲାଞ୍ଜିଗଡ଼ ସେକ୍ସନ ଅଧୀନରେ ଥିବା ଢେପଗୁଡ଼ା, ହାତିଶାଳ, ନିୟମଗିରି, ରାହୁଲ ଝିମିରି, କିଡ଼ିଙ୍ଗ, ବୋରି, ଲାଚୀନୀଗୁଡ଼ା, କଦମଗୁଡ଼ା, ଧଢ଼େଲ ଆଦି ଜଙ୍ଗଲରେ ନିଆଁ ଲାଗିଥିବା ଦୃଶ୍ୟମାନ ଦେଖିବାକୁ ମିଳୁଛି। ସେହିପରି ଅଞ୍ଚଳରେ ଗୋଟିଏ ପରେ ଗୋଟିଏ ଜଙ୍ଗଲ ହୁ ହୁ ହୋଇ ଜଳୁଥିବା ବେଳେ ହାତଗଣତି କିଛି କର୍ମଚାରୀ ନିଆଁ ଲିଭାଇବାକୁ ଯାଉଛନ୍ତି। ଏମିତିକି କିଛି ଅସ୍ଥାୟୀ କର୍ମଚାରୀଙ୍କୁ ଚାପ ପ୍ରୟୋଗ କରି ୪୩/ ୪୫ ଡିଗ୍ରି ଖରାରେ କାମରେ ନିୟୋଜିତ କରିଛନ୍ତି। ବଡ଼ବଡ଼ିଆ ବାବୁମାନେ କୋଠରିରେ ବସି ଜଙ୍ଗଲ ସୁରକ୍ଷା ଯୋଜନା କରୁଛନ୍ତି। ତେବେ ତାପମାତ୍ରା ବୃଦ୍ଧି ସାଙ୍ଗକୁ ଜଙ୍ଗଲରେ ନିଆଁ ଏବେ ଜନସାଧାରଣଙ୍କ ଚିନ୍ତାର କାରଣ ପାଲଟିଛି। ନିଆଁ ଲିଭାଇବାକୁ ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗ କରାଯାଉଛି ବୋଲି ଅଧିକାରୀମାନେ କହୁଥିବା ବେଳେ ବାସ୍ତବରେ ନିଆଁ ଲିଭାଇବାକୁ ପ୍ରୟାସ କରାଯାଉ ନଥିବା ଅଭିଯୋଗ ହେଉଛି। ସୀମିତ ସଂଖ୍ୟକ ଲୋକବଳ ଓ ଲୋକ ଦେଖାଣିଆ ସଚେତନତା ଯୋଗୁଁ ଜଙ୍ଗଲ ରକ୍ଷା ପାଇବା ତ ଦୂରର କଥା ଓଲଟା ଜଙ୍ଗଲ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କ ଦାୟିତ୍ବହୀନତା ଯୋଗୁଁ ଜଙ୍ଗଲ ସମ୍ପଦ ନଷ୍ଟ ହେବାରେ ଲାଗିଛି।
ନିଆଁ ଆଁ’ରେ ଶହଶହ ହେକ୍ଟର ଜଙ୍ଗଲ
/sambad/media/post_attachments/wp-content/uploads/2024/05/a5c4ee39-ad10-4c0f-9732-23de25ef8b20.jpeg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)