ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ପୋଡ଼ାପଦର ଗାଁର ଗଣେଶ ଶବର ହତ୍ୟା ମାମଲାର ରାୟ ବୁଧବାର ପ୍ରକାଶ ପାଇଛି। ଭବାନୀପାଟଣା ଜିଲ୍ଲା ଦୌରାଜଜ ବିକ୍ରମ କେଶରୀ ପଟ୍ଟନାୟକ ଏହି ମାମଲାର ଶୁଣାଣି କରି ଅଭିଯୁକ୍ତ ପର୍ଶୁରାମ ଶବରଙ୍କୁ ଆଜୀବନ କାରାଦଣ୍ଡ ସହ ୫ ହଜାର ଜରିମାନା ଶୁଣାଇଛନ୍ତି। ଜରିମାନା ଅନାଦେୟ ଅଧିକ ୬ ମାସ ଜେଲ ଦଣ୍ଡ ପାଇଁ ରାୟରେ ଉଲ୍ଲେଖ ରହିଛି।
ଗଣେଶ ଶବର ୫ ହଜାର ଟଙ୍କାରେ ପର୍ଶୁରାମଙ୍କୁ ଘର ଡିହ ଦେଇଥିଲେ। କିନ୍ତୁ ପରବର୍ତ୍ତି ସମୟରେ ବାରମ୍ବାର ଗଣେଶ ଟଙ୍କା ମାଗିବା ପରେ ବି ପର୍ଶୁରାମ ଦେଇନଥିଲା। ଏନେଇ ଗତ ୨୦୧୪ ମସିହା ଜାନୁଆରି ୧୩ ତାରିଖ ଅପରାହ୍ଣ ୨ଟାରେ ଗଣେଶ ନିଜ ଘର ସାମ୍ନା ରାସ୍ତାରେ ବସି ଖାଉଥିବା ବେଳେ ପର୍ଶୁରାମ ଆସି ଗଣେଶଙ୍କ ସ୍ତ୍ରୀଙ୍କୁ ଜଙ୍ଗଲକୁ ଝାଟି ସଂଗ୍ରହ କରିବା ପାଇଁ ଟାଙ୍ଗିଆ ମାଗିଥିଲା। ସେ ଟାଙ୍ଗିଆ ଧରି ନିଜ ଘରକୁ ଯାଇ କିଛି ସମୟ ପରେ ଫେରିଆସି ଗଣେଶ ଶବରଙ୍କୁ ଆକ୍ରମଣ କରିଥିଲା। ଛଡ଼ାଇବାକୁ ଆସି ଗଣେଶଙ୍କ ସ୍ତ୍ରୀ ବି ଆହତ ହୋଇଥିଲେ। ପୁର୍ନବାର ଆସାମୀ ପର୍ଶୁରାମ ଲୋଚନ ଶବରଙ୍କ ଘରକୁ ଯାଇ ତାଙ୍କୁ ଟାଙ୍ଗିଆରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା। ଲୋଚନ ନିଜ ଜୀବନ ବଞ୍ଚାଇବା ପାଇଁ ଚେଷ୍ଟା କରୁଥିବା ବେଳେ ଟାଙ୍ଗିଆ ତାଙ୍କ ପୁଅ ଅଜୟଙ୍କୁ ଚୋଟ ଲାଗିବାରୁ ଗୁରୁତର ଆହତ ହୋଇଥିଲେ। ଏ ନେଇ ମୃତ ଗଣେଶ ଶବରଙ୍କ ଭାଇ ସୀତାରାମ ଶବର ନର୍ଲା ଥାନାରେ ଏତଲା ଦେଇଥିଲେ। ନର୍ଲା ଥାନା ପୁଲିସ ଏ ନେଇ ଏକ ମାମଲା ରଜୁ କରି ଘଟଣାର ତଦନ୍ତ କରିଥିଲା। ବୁଧବାର ଏହି ମାମଲାର ରାୟ ପ୍ରକାଶ ପାଇଛି। ଏହି ମାମଲାକୁ ସରକାରଙ୍କ ପକ୍ଷରୁ ପବ୍ଲିକ ପ୍ରସିକ୍ୟୁଟର ଭବାନୀ ଶଙ୍କର ମିଶ୍ର ପରିଚାଳନା କରିଥିଲେ।
ଗଣେଶ ଶବର ହତ୍ୟା ମାମଲାର ରାୟ ପ୍ରକାଶ:ପର୍ଶୁରାମକୁ ଆଜୀବନ କାରାଦଣ୍ଡାଦେଶ
/sambad/media/post_attachments/wp-content/uploads/2018/01/deba18.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)