କୋକସରା: କଳାହାଣ୍ଡି ଉତ୍ସବ ଘୁମୁରା କୋକସରା ବ୍ଲକ ଗୁଡ଼ହାଣ୍ଡି ମଞ୍ଚରେ ଉଦ୍ଯାପିତ ହୋଇଛି। ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ମୋଷଧି ବାଗ, ମୁଖ୍ୟବକ୍ତା କଳାହାଣ୍ଡି ଗବେଷକ ସତ୍ୟନାରାୟଣ ମୁଣ୍ଡଛିନା ଏବଂ ସମ୍ମାନିତ ଅତିଥି ଭାବେ ଅଧ୍ୟକ୍ଷ ଲଡୁଗାଁ କଲେଜ ଡ. ନିହାରକାନ୍ତ ପଣ୍ଡା, କୋକସରା ବ୍ଲକ ସରପଞ୍ଚ ସଙ୍ଘ ସଭାପତି ନକୁଳ ନାଏକ, କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ ପ୍ରମୁଖ ଯୋଗ ଦେଇଥିଲେ।
ସାଂସ୍କୃତିକ କାର୍ଯ୍ୟକ୍ରମରେ ଲୋଇସିଂହାର ସଙ୍ଗୀତ ସାଧନା, ବଜାଶାଲ, ଜଟଣୀ ନୃତ୍ୟଶ୍ରୀ କଲଚରାଲ ଅର୍ଗାନାଇଜେସନ୍ର ରାମାୟଣ ନବଦୁର୍ଗା, ହେଶମ୍ଭୁ, ମଣିପୁରି ଦାଣ୍ଡିଆ ନୃତ୍ୟ, ନବରଙ୍ଗପୁରର ବେଣ୍ଟ, ଢାପ କଳାକାର ନାଚଗୀତ ପରିବେଷଣ କରିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବ୍ଲକର କଳାକାର, ପର୍ବତାରୋହୀ ଡ. ଯୋଗେଶ୍ୱର ନାଏକ, ଘୁମୁରା ଗୁରୁ ହୀରାଲାଲ ସରାଫ, ଡିଗ୍ରି ମହାବିଦ୍ୟାଳୟ ଏନ୍ସିସି କ୍ୟାପଟେନ ଅଶ୍ୱିନୀ ପଟ୍ଟନାୟକ, ନାଭାଲ ଏନ୍ସିସି ଜବାହାର ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମକୁ ସଞ୍ଜୀବ ପାଢ଼ୀ ଓ ଦେବାନନ୍ଦ ରାଉତ ପରିଚାଳନା କରିଥିବା ବେଳେ ଅଧ୍ୟାପକ ସଞ୍ଜୟ ପୁରୋହିତ ଓ ଉତ୍ତମ ପଣ୍ଡା ସହଯୋଗ କରିଥିଲେ। ବ୍ଲକ ବିଏସ୍ଏସ୍ଓ ଦୀପକ ବେହେରା ଧନ୍ୟବାଦ ଦେଇଥିଲେ।