ଭବାନୀପାଟଣା: ଚଳିତ ବର୍ଷ କଳାହାଣ୍ଡି ଉତ୍ସବ ଘୁମୁରାରେ ଲାଂଜିଗଡ଼ ବେଦାନ୍ତ ପକ୍ଷରୁ ବିଭିନ୍ନ ବର୍ଗର ମେଧାବୀ ଛାତ୍ରଛାତ୍ରୀଙ୍କୁ ଜ୍ଞାନଶ୍ରୀ ପୁରସ୍କାର ଦିଆଯାଇଥିଲା। ଏହି ପୁରସ୍କାର ମନୋୟନରେ ପାତର ଅନ୍ତର କରାଯାଇଥିବା ନେଇ ଭବାନୀପାଟଣା କେନ୍ଦ୍ରୀୟ ବିଦ୍ୟାଳୟର ୯୫ ପ୍ରତିଶତ ମାର୍କ ରଖିଥିବା ପ୍ରାୟ ୨୦ ଜଣ ଛାତ୍ରଛାତ୍ରୀ ଜିଲ୍ଲାପାଳଙ୍କୁ ତାଙ୍କ ଆବାସିକ କାର୍ଯ୍ୟାଳୟରେ ଭେଟି ଅଭିଯୋଗ କରିଥିଲେ। ଗତ ୧୪ରୁ ୧୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବରେ ପ୍ରତିବର୍ଷ ଭଳି ଏଥର ମଧ୍ୟ ୭ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ଜ୍ଞାନଶ୍ରୀ ପୁରସ୍କାର ଦିଆ ଯାଇଥିଲା। ସିବିଏସଇ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ଭବାନୀପାଟଣା କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ର ଅଭିଳାଷ ମହାପାତ୍ରଙ୍କୁ ଏହି ପୁରସ୍କାର ମିଳିଥିଲା। ସେହିଭଳି କେନ୍ଦ୍ରୀୟ ବିଦ୍ୟାଳୟର ସିବିଏସଇ ପରୀକ୍ଷାରେ ଟପର ହୋଇଥିବା କାଦମ୍ବିନୀ ପଣ୍ଡାଙ୍କୁ ବାଦ ଦିଆଯାଇଥିବା ଅଭିଯୋଗ ହୋଇଥିଲା। ପୁରସ୍କାର ପାଇଁ ଚୟନରେ ଉତ୍ସବ କମିଟି ପକ୍ଷରୁ ପାତର ଅନ୍ତର କରିଥିବା ନେଇ କେନ୍ଦ୍ରୀୟ ବିଦ୍ୟାଳୟର ବିପସାରାଣୀ ନାଏକ, ଅଭିପସା ପଣ୍ଡା, ଆଦି ଆଦ୍ୟାଶା, ଅଙ୍କିତା ପଣ୍ଡା, ଦାସୀ କହଁର, ଶାସ୍ୱତ ପଣ୍ଡା, ସୁଭ୍ରାନ୍ତ ନେଗୀ, ସ୍ୱସ୍ତିକ ମୁଣ୍ଡ, ଅଭିଷେକ ସାହୁ, ଅଲିଭା ପ୍ରଧାନ, ଝାନସି ମିଶ୍ର, କସିସ ପଣ୍ଡା, ମହିନ କସିସ, ଅନନ୍ୟା ପ୍ରିୟଦର୍ଶନୀ, ପଲ୍ଲବୀ ରାଉତ, ସଲୋନୀ ପାଢ଼ୀ, ସୌମ୍ୟ ଏସ ରାୟଗୁରୁ, ସ୍ପନ୍ଦନ ପାଢ଼ୀ, ସ୍ୱାଗତିକା ସାହୁ, ଅମରଜ୍ୟୋତି ମିଶ୍ର ଓ ଅଭିଭାବକମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ। ଜିଲ୍ଲାପାଳ ଘଟଣାର ତଦନ୍ତ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ଜ୍ଞାନଶ୍ରୀ ପୁରସ୍କାର ଚୟନରେ ଅନିୟମିତତା ଅଭିଯୋଗ:ଛାତ୍ରଛାତ୍ରୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ
/sambad/media/post_attachments/wp-content/uploads/2018/01/application-6.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)