ଥୁଆମୂଳ ରାମପୁର: ନାମ ଯୁଧିଷ୍ଠିର। କିିନ୍ତୁ ତାଙ୍କର କାମ ଅତି ନିଷ୍ଠୁର। ବିଦ୍ୟାଳୟରେ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ଅନୁପସ୍ଥିତିର ସୁଯୋଗ ନେଇ ସେ ଭୋଜନ ପାଇଁ ଉଦ୍ଦିଷ୍ଟ ଚାଉଳ, ଅଣ୍ଡା ଓ ଆଳୁକୁ ନେଇ ପଳାଉଥିଲେ। ଏଠାରେ ଆମେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର କିଆପଦର ସ୍କୁଲର ପ୍ରଧାନଶିକ୍ଷକ ଯୁଧିଷ୍ଠିର ସାହୁଙ୍କ କଥା କହୁଛୁ। ପ୍ରଧାନଶିକ୍ଷକ ଶ୍ରୀ ସାହୁ ଆଜି କସ୍ତୁରବା ଗାନ୍ଧୀ ଆବାସିକ ସ୍କୁଲର ଛାତ୍ରାବାସରୁ ଚାଉଳ, ଆଳୁ ଓ ଅଣ୍ଡାକୁ କାର୍‌ରେ ନେଇ ଯାଉଥିବା ବେଳେ ଗ୍ରାମବାସୀଙ୍କ ହାତରେ ଧରାପଡ଼ି ଚର୍ଚ୍ଚାର ପରିସରକୁ ଆସିଛନ୍ତି। 

Advertisment

ଏହି ଖବର ପଢ଼ନ୍ତୁ: ଶିକ୍ଷା ନିୟମରେ ବଡ଼ ପରିବର୍ତ୍ତନ: ଫେଲ୍ ହୋଇଥିବା ୫ମ-୮ମ ପିଲା ପାସ୍ ହେବେ ନାହିଁ

ବଡ଼ଦିନ ପାଇଁ ସରକାରୀ ସ୍କୁଲଗୁଡ଼ିକ ସୋମବାର (୨୦୨୪ ଡିସେମ୍ବର ୨୩) ତାରିଖ ଠାରୁ ଛୁଟି ଘୋଷଣା ହୋଇସାରିଛି। ୨୦୨୫ ଜାନୁଆରି ୨ ତାରିଖରେ ବିଦ୍ୟାଳୟ ଓ ଛାତ୍ରାବାସଗୁଡ଼ିକ ଖୋଲିବ। ଆଜି ବିଦ୍ୟାଳୟ ଛୁଟି ପରେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଅନୁପସ୍ଥିତିର ସୁଯୋଗ ନେଇ ପ୍ରଧାନଶିକ୍ଷକ ଅପରାହ୍‌ଣ ପ୍ରାୟ ସାଢ଼େ ୩ଟାରେ ଏକ କାର୍‌ ଯୋଗେ ଚାଉଳ, ଅଣ୍ଡା ଓ ଆଳୁ ନେଇ କେଉଁଆଡ଼େ ଯାଉଥିଲେ। ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇଁ ଗାଁ ଲୋକେ ଗାଡ଼ିକୁ ଅଟକାଇଥିଲେ। ଯାଞ୍ଚ ସମୟରେ ଗାଡ଼ିରୁ ଚାଉଳ, ଅଣ୍ଡା ଓ ଆଳୁ ବାହାରିଥିଲା। 

ଏହି ଖବର ପଢ଼ନ୍ତୁ: ବିଶିଷ୍ଟ ନିର୍ଦ୍ଦେଶକ ଶ୍ୟାମ ବେନେଗଲଙ୍କ ପରଲୋକ

ଥୁଆମୂଳ ରାମପୁର ବ୍ଲକର କିଆପଦରସ୍ଥିତ କସ୍ତୁରବା ଗାନ୍ଧୀ ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏକ୍ସମାସ ଛୁଟି ଯୋଗୁଁ ନିଜ ଘରକୁ ଯାଇଛନ୍ତି। ଏହାର ଭିତରେ ବଳିଯାଇଥିବା ଚାଉଳ, ଆଳୁ ଓ ଅଣ୍ଡାକୁ ସ୍କୁଲର ପ୍ରଧାନଶିକ୍ଷକ ଯୁଧିଷ୍ଠିର ସାହୁ କେଉଁଠି ବିକ୍ରି କରିବା ପାଇଁ ବା ଅନ୍ୟ କେଉଁ ଉଦ୍ଦେଶ୍ୟରେ ଏକ ଗାଡ଼ିରେ ନେଉଥିଲେ। କୌଣସି କାରଣରୁ ଖବର ପାଇ ଗ୍ରାମବାସୀମାନେ ଗାଡ଼ିକୁ କିଆପଦର ଛକ ନିକଟରେ ଅଟକାଇଥିଲେ। ଗାଡ଼ି ଅଟକିବା ପରେ ଦେଖିଲଯେ, ଏଥିରେ ଚାଉଳ, ଆଳୁ ଓ ଅଣ୍ଡା ପେଟି ଥିଲା। ଏନେଇ ଗ୍ରାମବାସୀ ପଚାରିବାରୁ ପ୍ରଧାନଶିକ୍ଷକ ଶ୍ରୀ ସାହୁ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ।

ଏହି ଖବର ପଢ଼ନ୍ତୁ: ନିର୍ବାଚନ ଆୟୋଗଙ୍କୁ ଭେଟିଲେ ବିଜେଡି ଟିମ୍; ଆଣିଲେ ଏମିତି ଅଭିଯୋଗ

ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏକ୍ସମାସ ଛୁଟି ଯୋଗୁଁ ନିଜ ଘରକୁ ଯାଇଛନ୍ତି। ଏହା ପରେ ବଳିଯାଇଥିବା ଚାଉଳ, ଆଳୁ ଓ ଅଣ୍ଡାକୁ ସ୍କୁଲର ପ୍ରଧାନଶିକ୍ଷକ ଯୁଧିଷ୍ଠିର ସାହୁ କେଉଁଠି ବିକ୍ରି କରିବା ପାଇଁ ବା ଅନ୍ୟ କେଉଁ ଉଦ୍ଦେଶ୍ୟରେ ଏକ ଗାଡ଼ିରେ ନେଉଥିଲେ।

publive-image

ସୂଚନାଯୋଗ୍ୟ, କିଆପଦର ସ୍କୁଲର ପ୍ରଧାନଶିକ୍ଷକମାନଙ୍କୁ ବଦନାମ ପିଛା ଛାଡୁନାହିଁ। ଗତ କିଛି ଦିନ ତଳେ ଏହି ସ୍କୁଲର ଛାତ୍ରୀମାନେ ପ୍ରଧାନଶିକ୍ଷୟତ୍ରୀଙ୍କ ବିରୋଧରେ ଅଭିଯୋଗ ନେଇ ଜିଲ୍ଲାପାଳଙ୍କ ପାଖକୁ ଚାଲିଚାଲି ଯାଇଥିଲେ। ପରବର୍ତ୍ତୀ ସମୟରେ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଅନ୍ୟତ୍ର ବଦଳି କରାଯାଇଥିଲା। ତାଙ୍କ ବଦଳରେ ଯୁଧିଷ୍ଠିର ସାହୁଙ୍କୁ ନିଯୁକ୍ତି ଦିଆଯାଇଥିଲା। ବର୍ତ୍ତମାନ ଯୁଧିଷ୍ଠିର ସାହୁ ମଧ୍ୟ ଛାତ୍ରଛାତ୍ରୀମାନଙ୍କ ଚାଉଳ, ଅଣ୍ଡା ଓ ଆଳୁ ନେଇ ଯାଉଥିବାର ଘଟଣା ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି।

ଏହି ଖବର ପଢ଼ନ୍ତୁ: ୧ଜାନୁଆରିରୁ ହ୍ବାଟସ୍ଆପ୍ ପୁରୁଣା ଫୋନ୍‌ରେ କାମକରିବ ନାହିଁ

ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ପ୍ରଭାତୀ ନଳିନୀ ଠାକୁର କହିଛନ୍ତି, ଏହି ଘଟଣା ନେଇ ମୁଁ ଅବଗତ ଅଛି। ଘଟଣାର ତଦନ୍ତ କରାଯାଉଛି। ବିସ୍ତୃତ ତଥ୍ୟ ଆସିଲା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।