ସ୍ତ୍ରୀଙ୍କୁ ପୋଡ଼ିି ମାରିଦେବା ଘଟଣାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ

ଧର୍ମଗଡ଼ : ସ୍ତ୍ରୀକୁ କିରାସିନି ଢାଳି ପୋଡ଼ି ମାରିଦେବା ମାମଲାର ବିଚାର କରି ଶନିବାର ଅପରାହ୍ନରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ରାମକୃଷ୍ଣ ଚୌଧୁରୀ ଅଭିଯୁକ୍ତ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ଆଦେଶ ଦେଇଛନ୍ତି।

ପ୍ରକାଶ ଯେ, ୨୦୧୫ ମସିହା ଫେବ୍ରୁଆରି ୨୫ ତାରିଖରେ କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ଗ୍ରାମର ଡମ୍ବରୁଧର ସୁନାନୀ ଓ ତାଙ୍କ ସ୍ତ୍ରୀ ସିନ୍ଧୁକା ମଧ୍ୟରେ କୌଣସି କାରଣରୁ ଝଗଡ଼ା ହୋଇଥିଲା। ଏଥିରେ ଉତ୍ୟକ୍ତ ହୋଇ ଡମ୍ବରୁଧର ସ୍ତ୍ରୀଙ୍କ ଦେହରେ କିରାସିନ ଢାଳି ନିଆଁ ଲଗାଇ ଦେଇଥିଲେ। ଗୁରୁତର ଅବସ୍ଥାରେ ସିନ୍ଧୁକାଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଓ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଅଭିଯୁକ୍ତ ଡମ୍ବରୁଧରଙ୍କୁ କୋକସରା ପୁଲିସ ଗିରଫ କରି କେସ୍‌ ନଂ ୪୯/୨୦୧୫ ରେ ଏକ ହତ୍ୟା ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିଲା। ଏହି ମାମଲାର ଶନିବାର ବିଚାର କରାଯାଇଥିଲା। ବିଚାରପତି ସମସ୍ତ ସାକ୍ଷ୍ୟପ୍ରମାଣକୁ ଭିତ୍ତିିରେ ଡମ୍ବରୁଧରଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ସରକାରୀ ପକ୍ଷରୁ ଓକିଲ ଧୀରେନ୍ଦ୍ର ନାଥ ପାତ୍ର ଓ ଅଭିଯୁକ୍ତଙ୍କ ତରଫରୁ ଓକିଲ ଦିଗମ୍ବର ଦୁରିଆ ମାମଲା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର