ଆଞ୍ଚଳିକ ନିର୍ଦ୍ଦେଶକ ଓ ଅଧ୍ୟକ୍ଷଙ୍କ ମଧ୍ୟରେ ଚିଠି ଯୁଦ୍ଧ, ଆଶା ଆଶଙ୍କାରେ ଇଗନୋ ପରୀକ୍ଷା

ଅବସର ପ୍ରାପ୍ତ ଅଧ୍ୟକ୍ଷ କେନ୍ଦ୍ର କୋଡ଼ିନେଟର ଦାୟିତ୍ୱ

ଭବାନୀପାଟଣା: କଳାହାଣ୍ଡି ବିଶ୍ୱବିଦ୍ୟାଳୟର ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଇଗନୋ ପରୀକ୍ଷା ନେଇ ଆଶା ଆଶଙ୍କା ପ୍ରକାଶ ପାଇଛି । ପୂର୍ବ ଅଧ୍ୟକ୍ଷ ଅବସର ନେଇଥିବା ଯୋଗୁଁ ତାଙ୍କୁ କେନ୍ଦ୍ର କୋଡିନେଟରରୁ ହଟାଇବା ପାଇଁ ବର୍ତ୍ତମାନ ର ଅଧ୍ୟକ୍ଷ ଇଗନୋ ଆଞ୍ଚଳିକ ନିର୍ଦ୍ଦେଶକଙ୍କୁ ବାରମ୍ବାର ଚିଠି ଯୋଗେ ଜଣାଇଛନ୍ତି । ତଥାପି ପରିବର୍ତ୍ତନ ନ ହେବା ଯୋଗୁଁ ଆସନ୍ତା ସେପ୍ଟେମ୍ବର ୧୭ ରୁ ଆରମ୍ଭ ହେବାକୁ ଥିବା ଇଗନୋ ପରୀକ୍ଷା ନେଇ ବିଭିନ୍ନ କଳ୍ପନା ଜଳ୍ପନା ପ୍ରକାଶ ପାଇଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଭବାନୀପାଟଣା ସରକାରୀ ସ୍ଵୟଂ ଶାସିତ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ଦଳେଇ ଗତ ଜାନୁଆରୀ ୩୧ ତାରିଖରେ ଅବସର ଗ୍ରହଣ କରିଥିଲେ । ସେ କେନ୍ଦ୍ର ର କୋଡ଼ିନେଟର ଭାବେ ଦାୟିତ୍ୱ ତୁଲାଉଥିଲେ । ତାଙ୍କ ଅବସର ପରେ ପଦ୍ମଲୋଚନ ଭୁଏ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଦାୟିତ୍ୱ ନେଇଥିଲେ । ଅଧ୍ୟକ୍ଷ ଦାୟିତ୍ୱ ନେବା ପରେ ଅବସର ପ୍ରାପ୍ତ ପୂର୍ବ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ଦଳେଇଙ୍କୁ ଇଗନୋ ଷ୍ଟଡି ସେଣ୍ଟର ର କୋଡ଼ିନେଟର ପଦରୁ ହଟାଇବା ପାଇଁ ଚିଠି ନଂ ୮୩୦ ତା ୧୩.୩.୨୦୨୦ ରେ କୋରାପୁଟ ସ୍ଥିତ ଆଞ୍ଚଳିକ ନିର୍ଦ୍ଦେଶକ ରାଜଗପାଳ ରାଓଙ୍କୁ ଲିଖିତ ଭାବେ ଜଣାଇଥିଲେ । କିନ୍ତୁ ଆଞ୍ଚଳିକ ନିର୍ଦ୍ଦେଶକ ଅବସରପ୍ରାପ୍ତ ଅଧ୍ୟକ୍ଷଙ୍କୁ ପ୍ରଦବୀରୁ ହଟାଇ ନଥିଲେ । ଏନେଇ ଫୋନ ଯୋଗେ ବାରମ୍ବାର ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନଥିଲା ।
ବର୍ତ୍ତମାନ ଅଧ୍ୟକ୍ଷ ଚିଠି ନଂ ୧୯୯୨ ତା ୧୧.୯.୨୦୨୦ରେ ପୁର୍ନବାର ଆଞ୍ଚଳିକ ନିର୍ଦ୍ଦେଶକଙ୍କୁ ଚିଠି ଯୋଗେ ପୂର୍ଣ୍ଣଚନ୍ଦ୍ର ଦଳେଇ ଙ୍କୁ ହଟାଇ ନୂତନ କୋଡିନେଟର ନିଯୁକ୍ତି ପାଇଁ ଚିଠି ଲେଖିଥିଲେ । ଗତ ଡିସେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଇଗନୋ ପରୀକ୍ଷାରେ ନିରୀକ୍ଷକ ଦାୟିତ୍ୱ ଥିବା ଅଧ୍ୟାପକ ମାନଙ୍କୁ ପ୍ରାପ୍ୟ ପ୍ରଦାନ କରାଯାଇନାହିଁ । ତେଣୁ ତୁରନ୍ତ ପୂର୍ଣ୍ଣଚନ୍ଦ୍ର ଦଳେଇଙ୍କୁ ନ ହଟାଇଲେ ନିରୀକ୍ଷ ଦାୟିତ୍ୱ ତୁଲାଇବେ ନାହିଁ ବୋଲି ଚେତାବନୀ ଦେବା ବିଷୟ ଆଞ୍ଚଳିକ ନିର୍ଦ୍ଦେଶକଙ୍କୁ ଜଣାଇଥିଲେ । ତଥାପି କୋଡିନେଟର ପଦବୀ ପରିବର୍ତ୍ତନ ନହେବା ଯୋଗୁଁ ଅଧ୍ୟକ୍ଷ ତାଙ୍କ ଚିଠି ନଂ ୧୯୯୬ ତା ୧୪.୯.୨୦୨୦ ରେ ଇଗନୋର ରେଜିଷ୍ଟାରଙ୍କୁ ଚିଠି ଯୋଗେ ଅବଗତ କରିଛନ୍ତି । ବର୍ତ୍ତମାନ ବାରମ୍ବାର ଅଧ୍ୟକ୍ଷଙ୍କ ଚିଠି ସତ୍ତ୍ୱେ କୋଡିନେଟର ପରିବର୍ତ୍ତନ ମ ହେବା ଯୋଗୁଁ ଅଧ୍ୟାପକ ମାନେ ଅସହଯୋଗ କରିବା ନେଇ ଚେତାବନୀ ଦେଇଛନ୍ତି । ଫଳରେ ଆସନ୍ତା ସେପ୍ଟେମ୍ବର ୧୭ ରେ ହେବାକୁ ଥିବା ଇଗନୋ ପରୀକ୍ଷା ନେଇ ଆଶା ଆଶଙ୍କା ପ୍ରକାଶ ପାଇଛି । ଏନେଇ ଇଗନୋର କୋରାପୁଟ ସ୍ଥିତ ଆଞ୍ଚଳିକ ନିର୍ଦ୍ଦେଶକ ରାଜଗପାଳ ରାଓଙ୍କୁ ପଚାରିବାରୁ ଅଧ୍ୟକ୍ଷ ଗତ ଜୁଲାଇ ମାସରେ ତାଙ୍କ ନା ଦେଇଥିଲେ ।
ବର୍ତ୍ତମାନ ପରିବର୍ତ୍ତନ ପାଇଁ ଲେଖିଥିବା ବେଳେ ଏନେଇ ଆମେ ଉଚ୍ଚକତ୍ତୁପକ୍ଷଙ୍କୁ ଜଣାଇଦେଇଛୁ । ଇଗନୋ କେନ୍ଦ୍ର ର ଖର୍ଚ୍ଚ ପାଇଁ ୫୦ ହଜାର ଟଙ୍କା ଅଗ୍ରୀମ ପ୍ରଦାନ କରାଯାଇଥାଏ । ଖର୍ଚ୍ଚ ର ୟୁସି ଦେଲାପରେ ଆବଶ୍ୟକୀୟ ପ୍ରାପ୍ୟ ପ୍ରଦାନ କରାଯିବ ବୋଲି କହିଥିଲେ । ଏନେଇ ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପଦ୍ମଲୋଚନ ଭୁଏଙ୍କୁ ପଚାରିବାରୁ ସେ କହିଥିଲେ ଯେ, ବାରମ୍ବାର ଚିଠି ସେବା ସତ୍ତ୍ୱେ ମଧ୍ୟ କୌଣସି ପରିବର୍ତ୍ତନ କରାଯାଉନାହିଁ । ପୂର୍ବ ଅଧ୍ୟକ୍ଷଙ୍କୁ କୋଡିନେଟର ଦାୟିତ୍ୱ ଦିଆଯିବା ପାଇଁ କେବେ ମଧ୍ୟ ସୁପାରିଶ କରାଯାଇ ନାହିଁ । ଜଣେ ଅବସରପ୍ରାପ୍ତ ଅଧ୍ୟକ୍ଷଙ୍କ ନାମ କିଭଳି ସୁପାରିଶ କରାଯିବ ବୋଲି ସେ ଓଲଟା ପ୍ରଶ୍ନ କରିଥିଲେ ।
ସମ୍ବନ୍ଧିତ ଖବର