ଜୟପାଟଣା: କଳାହାଣ୍ଡି ଜିଲ୍ଲା ମୁଖୀଗୁଡ଼ା ଇନ୍ଦ୍ରାବତୀ ଉଠାଜଳସେଚନ ମୁଖ୍ୟ କେନାଲ ସୁନାମାଲ ଗାଁ ନିକଟରେ ସେହି ବିଭାଗରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ଭବାନୀ ଶଙ୍କର ମହନ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେ ଗତକାଲି କାର୍ଯ୍ୟକୁ ଆସି ଘରକୁ ଫେରି ନଥିଲେ। କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହୋଇଛି ତାହା ଅସ୍ପଷ୍ଟ ରହିଛି। ଗତକାଲି ବିଭାଗୀୟ ଅଧିକାରୀମାନେ ତାଙ୍କ ମୋବାଇଲ ଫୋନ୍କୁ ଯୋଗାଯୋଗ ପରେ ମଧ୍ୟ ତାହା ବନ୍ଦ ରହିଥିବା କାରଣରୁ ଶୁକ୍ରବାର ଜୟପାଟଣା ଥାନାରେ ତାଙ୍କ ନିଖୋଜ ସଂପର୍କରେ ଅଭିଯୋଗ କରିଥିଲେ।
ଶୁକ୍ରବାର ଦିନ ୧୦ଟା ସମୟରେ ସୁନାମାଲ କେନାଲ ନିକଟରେ ତାଙ୍କ ମୃତଦେହ ଭାସୁଥିବା ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। କେନାଲ ହୁଡ଼ାରେ ଯନ୍ତ୍ରୀଙ୍କ ବାଇକ୍ ସହ ପର୍ସ, ଆଧାରକାର୍ଡ ଓ କିଛି କାଗଜପତ୍ର ମିଳିଥିଲା। ସେ କୋକସରା ବ୍ଲକ୍ କୁସୁମଖୁଣ୍ଟି ଡିଭିଜନରେ କାମ କରୁଥିଲେ। ତାଙ୍କ ନିଜ ଘର ମୟୂରଭଞ୍ଜ ଜିଲ୍ଲା ଯଶୀପୁର ବ୍ଲକ୍ ଟାଙ୍ଗବିଲ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି। ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସହାୟତାରେ କେନାଲ ପାଣିରୁ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଜୟପାଟଣା ଡାକ୍ତରଖାନାକୁ ପଠାଯାଇଥିଲା। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/02/n.jpg)