କେସିଙ୍ଗା: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଚିତ୍ତ ରଞ୍ଜନ ଦାଶ। ମିଳିଥିବା ସୂଚନା ଅନୁସାରେ ଜଷ୍ଟିସ ଦାଶ ପରିବାର ସହିତ ବିଭିନ୍ନ ଦର୍ଶନୀୟ ପୀଠ ଓ ସ୍ଥାନକୁ ପରିଭ୍ରମଣରେ ଆସିଥିଲେ।

Advertisment

କଳାହାଣ୍ଡିଜିଲ୍ଲା ଭବାନୀପାଟଣାସ୍ଥିତ ମାଣିକେଶ୍ୱରୀ ଦର୍ଶନ ପାଇଁ ଆସୁଥିବାବେଳେ ଗତ ଶୁକ୍ରବାର କେସିଙ୍ଗା କିନେରକେଲା ନିକଟରେ ୨୬ ନମ୍ବର ଜାତୀୟ ରାଜପଥରେ ଥିବା ଏକ ଗାତରେ ତାଙ୍କ ଗାଡ଼ି ଖସି ପଡ଼ିଥିଲା।

ଏହା ପରେ ତାଙ୍କ ଗାଡ଼ିର ଦୁଇଟି ଚକ ଫାଟି ଯିବା ସହ ଗାଡ଼ି ଭାରସାମ୍ୟ ହରାଇଥିଲା। ହେଲେ କୌଣସି ମତେ ଗାଡ଼ିଟିକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଥିଲେ ଗାଡ଼ି ଚାଳକ। ପରେ ଅନ୍ୟ ଏକ ଗାଡ଼ିରେ ତାଙ୍କୁ ଭବାନୀପାଟଣା ପଠାଯିବା ସହିତ ତାଙ୍କ ଗାଡ଼ିରେ ନୂତନ ଟାୟାର ଲଗାଯାଇଥିଲା। ଜାତୀୟ ରାଜପଥର ଅନେକ ସ୍ଥାନରେ ଗାଢ଼ ଥିବା ସତ୍ବେ ଏହାକୁ ମରାମତି କରାଯାଉନଥିବାରୁ ଅନେକ ସମୟରେ ଏଭଳି ଘଟଣା ଘଟୁଥିବା କୁହାଯାଉଛି।

Kalahandi

ରିପୋର୍ଟ: ସୁଶାନ୍ତ