ଭବାନୀପାଟଣା,: କଳାହାଣ୍ଡି ଜିଲ୍ଲାରେ ୪୭୭୭ ଜଣ କର୍ମଚାରୀ ପୋଷ୍ଟାଲ ଭୋଟିଂରେ ମତଦାନ କରିଛନ୍ତି। ୪୭୭୫ ଜଣ ସରକାରୀ କର୍ମଚାରୀ ମତଦାନ କରିଥିବା ବେଳେ ୨୨ ଜଣ ପୁଲିସ କର୍ମଚାରୀ ନିଜର ମତଦାନ କରିଛନ୍ତି। ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲାର ୧୪ଟି ଭୋଟଦାନ କେନ୍ଦ୍ରରେ ୪୭୭୭ ଜଣ ପୋଷ୍ଟାଲ ଭୋଟିଂ କରିଥିଲେ। ଭବାନୀପାଟଣା ସହରର ସରକାରୀ କୃଷି ମହାବିଦ୍ୟାଳୟ, ଡିଆଇଇଟି, ଟାଉନ ନୋଡାଲ ହାଇସ୍କୁଲ, ଜୟପ୍ରକାଶ ସାନ୍ଧ୍ୟ ମହାବିଦ୍ୟାଳୟ, ସରକାରୀ ସ୍ବଂୟଶାସିତ ମହାବିଦ୍ୟାଳୟର ପୁରୁଣା ବ୍ଲକ ଓ ସାଇନ୍ସ ବ୍ଲକ, ବିଇଡି କଲେଜ, ମ୍ୟୁନିସିପାଲ ହାଇସ୍କୁଲ, ପୁଲିସ ହାଇସ୍କୁଲ, ଧର୍ମଗଡ଼ର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ, ମହିଳା କଲେଜ, ଇଟିଆଇ ଓ ଧର୍ମଗଡ ବ୍ଲକ ଅଫିସ ସମେତ ୧୫ଟି ସ୍ଥାନରେ ଭୋଟ ଡ୍ୟୁଟିରେ ଥିବା କର୍ମଚାରୀମାନଙ୍କ ପାଇଁ ମତଦାନ କେନ୍ଦ୍ର ଖୋଲାଯାଇଥିଲା। ଏଥିରେ ଲାଞ୍ଜିଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀରେ ୪୨୮ଜଣ, ଜୁନାଗଡ ନିର୍ବାଚନମଣ୍ଡଳୀରେ ୧୧୩୬ ଜଣ, ଧର୍ମଗଡ ନିର୍ବାଚନମଣ୍ଡଳୀରେ ୧୨୪୩ ଜଣ, ଭବାନୀପାଟଣା ନିର୍ବାଚନମଣ୍ଡଳୀରେ ୧୦୩୨ଜଣ, ନର୍ଲା ନିର୍ବାଚନମଣ୍ଡଳୀରେ ୯୧୬ ଜଣ ସମେତ ୪୭୫୫ ଜଣ କର୍ମଚାରୀ ଭୋଟ ଦେଇଥିଲେ। ସେହିଭଳି ୨୨ ଜଣ ପୁଲିସ କର୍ମଚାରୀ ଭୋଟ ଦେଇଥିଲେ। ସେମାନଙ୍କ ମଧ୍ୟରୁ ଲାଞ୍ଜିଗଡ଼ ବିଧାନସଭାରେ ଜଣେ, ଜୁନାଗଡ଼ରେ ୩ ଜଣ, ଧମର୍ଗଡ଼ରେ ୩ଜଣ, ଭବାନୀପାଟଣାରେ ୧୨ଜଣ, ନର୍ଲା ବିଧାନସଭା ନିର୍ବାଚନମଣ୍ଡଳୀରେ ୩ ଜଣ ପୁଲିସ କର୍ମଚାରୀ ଭୋଟ ଦେଇଥିଲେ। ୧୫ଟି ଭୋଟଦାନ କେନ୍ଦ୍ର ପାଇଁ ୧୨୦ ଜଣ କର୍ମଚାରୀ ନିୟୋଜିତ ଥିଲେ। ନୋଡାଲ ଅଫିସର ଭାବେ ଜିଲ୍ଲା ପଞ୍ଚାୟତ ଅଧିକାରୀ ଲିଙ୍ଗରାଜ ସାହୁ ନିର୍ବାଚନ ପରିଚାଳନା କରିଥିଲେ।
କଳାହାଣ୍ଡି ଜିଲ୍ଲା: ପୋଷ୍ଟାଲ ଭୋଟିଂରେ ମତଦାନ କଲେ ୪୭୭୭ ଜଣ
/sambad/media/post_attachments/wp-content/uploads/2019/04/Ballot_box_icon_color_svg-2.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)