କର୍ଲାମୁଣ୍ଡା: ମଙ୍ଗଳବାର ସ୍ଥାନୀୟ ବଜାର ପଡ଼ିଆରେ ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା-୨୦୧୮ର ଉଦ୍ଯାପନୀ ସମୟରେ ସଭାର ବ୍ଲକ ଅଧ୍ୟକ୍ଷା ଅମ୍ରିତା ସାହୁତାଙ୍କୁ ଅଣ୍ଡା ଓ ଟେକା ମାଡ଼ ନେଇ ଥାନାରେ ଅଭିଯୋଗ ହୋଇଛି। ଶ୍ରୀମତୀ ସାହୁ ଏତଲାରେ ଦର୍ଶାଇଛନ୍ତି ଯେ, ପୂର୍ବରୁ ୨ ଜଣ ବ୍ୟକ୍ତି ତାଙ୍କୁ ମଞ୍ଚକୁ ନ ଯିବାରୁ ଧମକ ଦେଇଥିଲେ। ସେମାନଙ୍କ ମଧ୍ୟରୁ ଜଣକ ନେତୃତ୍ୱରେ ଅଣ୍ଡାମାଡ଼ ହୋଇଥିବା କହିଛନ୍ତି। ସେହିପରି ଏହି ଘଟଣା ପରେ ଉତ୍ସବକୁ ଆସିଥିବା ରିଞ୍ଜା ସରପଞ୍ଚ ଭୋଜବନ୍ତୀ ସାହୁଙ୍କ ସ୍ୱାମୀ ଯୁବରାଜ ସାହୁଙ୍କ କାର (ଓଡି୦୩ଡି ୦୫୭୫)କୁ ଢେଲାମାଡ଼ କରି ସମ୍ମୁଖ କାଚ ଭାଙ୍ଗି ଦେଇଥିବା ନେଇ ଯୁବରାଜ ମ. ରାମପୁର ଥାନାରେ ଏକ ଏତଲା ଦେଇଛନ୍ତି। ପୁଲିସ ପୃଥକ ପୃଥକ ୨ଟି ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
ମ.ରାମପୁର ଥାନାରେ ପୃଥକ ପୃଥକ ୨ଟି ମାମଲା ରୁଜୁ
କଳାହାଣ୍ଡି ଉତ୍ସବରେ ବ୍ଲକ ଅଧ୍ୟକ୍ଷାଙ୍କୁ ଅଣ୍ଡାମାଡ଼ ଘଟଣା
/sambad/media/post_attachments/wp-content/uploads/2018/01/strike.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)