ଭବାନୀପାଟଣା: ଚଳିତ କଳାହାଣ୍ଡି ଉତ୍ସବ ଘୁମ୍ରା ୨୦୧୮ ନିମନ୍ତେ ବୁଧବାର ଡଙ୍ଗାଚାଳନା ଓ ତୀରନ୍ଦାଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପୂର୍ବାହ୍ନ ୧୧ଟାରେ ମହୁଲପାଟଣା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରଠାରେ ଡଙ୍ଗା ଚାଳନା ପ୍ରତିଯୋଗିତା ଓ ଡଙ୍ଗରିବନ୍ଧ ଠାରେ ତୀରନ୍ଦାଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଡଙ୍ଗାଚାଳନାରେ ଡଙ୍ଗରିବନ୍ଧ ଗ୍ରାମର ମୁଟୁ ଝାଡିଆ ଓ କପିଲ ଝାଡିଆ ପ୍ରଥମ, ବେଣାଖମାର ଗ୍ରାମର ଭାରତ ଗଉଡ ଓ କମଲ ଲୋଚନ ଗଉଡ ଦ୍ୱିତୀୟ ଓ ରାଣୀଫାସ ଗ୍ରାମର ଡମ୍ବରୁ ମାଝୀ ଓ ଜୟସିଂହ ମାଝୀ ତୃତୀୟସ୍ଥାନ ଅଧିକାର କରିଥିଲେ। ସେହିଭଳି ତୀରନ୍ଦାଜ ପ୍ରତିଯୋଗିତାରେ ଉପରଛାବ୍ରି ଗ୍ରାମର ରାୟୁ ମାଝୀ ପ୍ରଥମ, ବଡ ବୁଡୁ ଦ୍ୱିତୀୟ ଓ ରାମସିଂ ମାଝୀ ତୃତୀୟସ୍ଥାନ ଅଧିକାର କରିଥିଲେ। ଡାଙ୍ଗା ଚାଳନା ପ୍ରତିଯୋଗିତାରେ ୧୬ଟି ଦଳ ଓ ତୀରନ୍ଦାଜ ପ୍ରତିଯୋଗିତା ୪୫ ଜଣ ଅଂଶ ଗ୍ରହଣ କରିଥିଲେ। ଆଜିର ଏହି ପ୍ରତିଯୋଗିତା ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଚନ୍ଦ୍ରମଣି ବଡନାୟକ, ଅତିରିକ୍ତ ଏସ୍ପି ଅକ୍ଷୟ କୁମାର ଦାସ, ପିଏଆଇଟିଡିଏ ରାଜେନ୍ଦ୍ର କୁମାର ରଂଜିତ, ଜିଲ୍ଲା ମତ୍ସ୍ୟ ଅଧିକାରୀ ନୀଳାମ୍ବର କିଲିକା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ଶୈଳେନ୍ଦୁ ଶେଖର ମହାପାତ୍ର, ଜିଲ୍ଲା କ୍ରୀଡ଼ା ଅଧିକାରୀ ଶୁଭାଶୁଷ ନାୟକ, ଥୂଆମୁଳ ରାମପୁର ବିଡିଓ ବ୍ୟାସଦେବ ବେହେରା, ଜୟପାଟଣା ବିଡିଓ ଲରିମୋହନ ଖରସେଲ ଏବଂ କଳାହାଣ୍ଡି ଉତ୍ସବ ବିଭିନ୍ନ କମିଟିର ଅଧ୍ୟକ୍ଷ ଓ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ।
ଜିଲ୍ଲାସ୍ତରୀୟ କଳାହାଣ୍ଡି ଉତ୍ସବ:ଇନ୍ଦ୍ରାବତୀରେ ଡଙ୍ଗା ଚାଳନା ଓ ଡଙ୍ଗରିବନ୍ଧରେ ତୀରନ୍ଦାଜ
/sambad/media/post_attachments/wp-content/uploads/2018/01/kld4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)