ନର୍ଲା: ନର୍ଲାରେ ଶୁକ୍ରବାର ସିପିଆଇଏମ୍ଏଲ୍ କଳାହାଣ୍ଡି ଜାଗ୍ରତ ସମିତି ପକ୍ଷରୁ ତହସିଲ ଅଫଇସ୍ ଆଗରେ ଗଣ ଆନ୍ଦୋଳନ କରାଯାଇଥିଲା। ସମିତିର ସମ୍ପାଦକ କେଶବ ପ୍ରଧାନଙ୍କ ନେତୃତ୍ୱରେ ଶତାଧିକ ପୁରୁଷ ଓ ମହିଳା ଏକ ରାଲିରେ ବାହାରି ତହସିଲ ଅଫିସ୍ ସମ୍ମୁଖରେ ପହଞ୍ଚି ଥିଲେ। ସେଠାରେ ଗଣଧାରଣା ଦିଆଯାଇଥିଲା। ପରେ ୯ ଦଫା ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତହସିଲଦାର ଓ ବିଡିଓଙ୍କୁ ପ୍ରଦାନ କରାଯାଇଥିଲା। ଇନ୍ଦିରା ଆବାସ ଓ ପ୍ରଧାନମନ୍ତ୍ରୀ ପକ୍କା ଘର ସହିତ ଘରଡିହ ପ୍ରଦାନ କରିବା ଘରଡିହ ପଟ୍ଟା ନଥିବାରୁ ପାଠ ପଢ଼ିବାରେ ହଜାର ହଜାର ଛାତ୍ରଛାତ୍ରୀ ବଞ୍ଚିତ ହେଉଛନ୍ତି ତାହା ଦୂର କରିବା, ଜଙ୍ଗଲ ଜମିରେ ବସବାସ କରୁଥିବା ଆଦିବାସୀ ଓ ଅନ୍ୟାନ୍ୟ ବର୍ଗଙ୍କ ପାଇଁ ରାସ୍ତା ବିଦ୍ୟୁତ ଏବଂ ପାନୀୟ ଜଳର ବ୍ୟବସ୍ଥା, ରାସ୍ତାଘାଟର ଉନ୍ନତି କରାଯିବା, କପା, ଧାନ, କୋଳଥ ଓ ମାଣ୍ଡିଆର ଦର ନିର୍ଦ୍ଧାରଣ, ନର୍ଲା ଚପଟଖଣ୍ଡାଠାରେ ରେଳଡବା ମରାମତି କାରଖାନା ସ୍ଥାପନ ଆଦି ଦାବି ଉଲ୍ଲେଖ ରହିଛି। ଏହି ଆନ୍ଦୋଳନରେ ଦୟାସାଗର ନାଏକ, ସହ ସମ୍ପାଦକ ଯୁଧିଷ୍ଠିର ସା, ଧନୁର୍ଯ୍ୟ ଗଉଡ଼, ପଦ୍ମନ ଦୋରା, କଲମ ଧରୁଆ, ଖଡ଼ିରାମ ଧରୁଆ, ଜଗବନ୍ଧୁ ଘଡେଇ, ଚେତନା ନାରୀ ଜାଗରଣର ଅଧ୍ୟକ୍ଷା ସୁକାନ୍ତି ପଧାନ, ଚେତନା ନାରୀ ଜାଗରଣ ମଞ୍ଚର ନର୍ଲା ବ୍ଲକ ଅଧ୍ୟକ୍ଷା ମଦନା ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଅତିରିକ୍ତ ତହସିଲଦାର ଓ ବିଡିଓଙ୍କ ଅନୁପସ୍ଥିତିରେ ବ୍ଲକର ବରିଷ୍ଠ କିରାଣି ରାମେଶ୍ୱର ମାଝୀ ଦାବିପତ୍ର ଗ୍ରହଣ କରିଥିଲେ। ୧୮ ତାରିଖ ମଧ୍ୟରେ ଦାବି ପୂରଣ ନ ହେଲେ ୧୯ ତାରିଖ ଦିନ ବିରାଟ ସମାବେଶ ହେବ ବୋଲି ସିପିଆଇଏମ୍ଏଲ୍ କଳାହାଣ୍ଡି ଜାଗ୍ରତ ସମିତିର ସାଧାରଣ ସମ୍ପାଦକ କେଶବ ପଧାନ ସମସ୍ତଙ୍କୁ ଚେତାବନୀ ଦେଇଥିଲେ।
କଳାହାଣ୍ଡି ଜାଗ୍ରତ ସମିତିର ଗଣଆନ୍ଦୋଳନ
/sambad/media/post_attachments/wp-content/uploads/2018/01/kld20.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)