କଳାହାଣ୍ଡି ‌ଲୋକସଭା : ୭୫.୮୨ ପ୍ରତିଶତ ମତଦାନ

ଭବାନୀପାଟଣା: କଳାହାଣ୍ଡି ଲୋକସଭା ଆସନରେ ଗୁରୁବାର (୧୧/୪) ୭୫.୮୨ ପ୍ରତିଶତ ଭୋଟର ମତାଧିକାର ସାବ୍ୟସ୍ତ କରିଛନ୍ତି। ଏହି ଆସନ ଅନ୍ତର୍ଗତ ନର୍ଲା ବିଧାନସଭା କ୍ଷେତ୍ରରେ ସର୍ବାଧିକ ୮୦.୧୯ ପ୍ରତିଶତ ଓ ନୂଆପଡ଼‌ାରେ ସର୍ବନିମ୍ନ ୭୨.୦୫ ପ୍ରତିଶତ ଭୋଟର ମତଦାନ କରିଛନ୍ତି। ପୁରୁଷ ଭୋଟର ୭୪.୬୦ ପ୍ରତିଶତ ହୋଇଥିବା ବେଳେ ମହିଳା ଭୋଟର ୭୭.୦୭ ପ୍ରତିଶତ ଓ ଅନ୍ୟାନ୍ୟ ୨.୫୬ ପ୍ରତିଶତ ଭୋଟ ଦେଇଛନ୍ତି।
ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ନୂଆପଡା ବିଧାନସଭା ନିର୍ବାଚନମଣ୍ଡଳୀରେ ୨,୨୭,୬୦୧ ଭୋଟର ଥିବା ବେଳେ ତନ୍ମଧ୍ୟରୁ ୧,୬୩,୯୮୮ ଜଣ ଭୋଟର ମତଦାନ କରିଛନ୍ତି। ସମୁଦାୟ ୭୨.୦୫ ପ୍ରତିଶତ ଭୋଟର ନିଜର ମତଦାନ ସାବ୍ୟସ୍ତ କରିଥିଲେ। ଖରିଆର ନିର୍ବାଚନମଣ୍ଡଳୀରେ ପୁରୁଷ ହାର ୭୧.୩୦ ପ୍ରତିଶତ, ୭୫.୩୭ ପ୍ରତିଶତ ମହିଳା ଅଛନ୍ତି। ଲାଞ୍ଜିଗଡ଼ ନିର୍ବାଚନମଣ୍ଡଳୀରେ ୭୫.୪୪ ପ୍ରତିଶତ ପୁରୁଷ, ୭୬.୦୭ ପ୍ରତିଶତ ମହିଳା ଓ ୮.୭୦ ପ୍ରତିଶତ ଅନ୍ୟାନ୍ୟ ବର୍ଗର ଭୋଟର ମତଦାନ କରିଥିଲେ। ଜୁନାଗଡ଼ ନିର୍ବାଚନମଣ୍ଡଳୀରେ ୨,୩୨,୬୪୮ ଜଣ ଭୋଟର ଅଛନ୍ତି। । ଏଥି ମଧ୍ୟରୁ ୭୬.୬୩ ପ୍ରତିଶତ ପୁରୁଷ, ୮୦.୧୫ ପ୍ରତିଶତ ମହିଳା ଭୋଟର ସେମାନଙ୍କ ଭୋଟଦାନ ଅଧିକାର ସାବ୍ୟସ୍ତ କରିଥିଲେ। ଧର୍ମଗଡ଼ ନିର୍ବାଚନମଣ୍ଡଳୀରେ ୨,୫୦,୨୧୮ ଜଣ ଭୋଟର ଅଛନ୍ତି। ୭୭.୧୩ ପ୍ରତିଶତ ପରୁଷ, ୭୯.୨୭ ପ୍ରତିଶତ ମହିଳା ଓ ୧୬.୬୭ ପ୍ରତିଶତ ଅନ୍ୟାନ୍ୟ ବର୍ଗର ଭୋଟଦାନ ହାର ରହିଛି। ଭବାନୀପା‌ଟଣା ନିର୍ବାଚନମଣ୍ଡଳୀରେ ୨,୨୮,୯୭୦ ଜଣ ଭୋଟର ଅଛନ୍ତି। ଏଠାରେ ପୁରୁଷ ଭୋଟ ହାର ୭୨.୧୭ ପ୍ରତିଶତ ଥିବାବେଳେ ମହିଳା ହାର ୭୩.୭୬ ପ୍ରତିଶତ ରହିଛି। ନର୍ଲା ନିର୍ବାଚନମଣ୍ଡଳୀରେ ୨,୧୬,୪୭୮ ଜଣ ଭୋଟର ଅଛନ୍ତି। ଏଥିରେ ୭୯.୩୧ ପ୍ରତିଶତ ପୁରୁଷଙ୍କ ଭୋଟ ହାର ଥିବା ବେଳେ ୮୧.୧୨ ପ୍ରତିଶତ ମହିଳା ଭୋଟ ହାର ରହିଛି। କଳାହାଣ୍ଡି ଲୋକସଭା ଆସନରେ ୭୫.୮୨ ପ୍ରତିଶତ ମତଦାନ ହାର ଥିବା ବେଳେ ୭୪.୬୦ ପ୍ରତିଶତ ପୁରୁଷ, ୭୭.୦୭ ପ୍ରତିଶତ ମହିଳା ଓ ଅନ୍ୟାନ୍ୟ ବର୍ଗର ୨.୫୬ ପ୍ରତିଶତ ମତଦାନ ହାର ରହିଛି। ଲାଞ୍ଜିଗଡ ବିଧା‌ନସଭା ନିର୍ବାଚନମଣ୍ଡଳୀରେ ବହୁ ଅଞ୍ଚଳ ଦୁର୍ଗମ ଥିବା ବେଳେ ୭୫.୭୫ ପ୍ରତିଶତ ମତଦାନ ହୋଇଛି।

ସମ୍ବନ୍ଧିତ ଖବର