ଭୁବନେଶ୍ୱର: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତଆଲୁମିନିୟମ ଲାଞ୍ଜିଗଡ଼ରେ ଏହାର ପ୍ରମୁଖ କ୍ରୀଡା ତାଲିମ ପଦକ୍ଷେପ ମାଧ୍ୟମରେ କଳାହାଣ୍ଡିର ଯୁବତୀରନ୍ଦାଜମାନଙ୍କୁ ସମର୍ଥନ କରିଆସୁଛି। ଏହି ଅଞ୍ଚଳର ଜଣେ ଯୁବତୀରନ୍ଦାଜ କ୍ଷୀରୋଦ କୁମାର କୋଲକାତାରେ ଅନୁଷ୍ଠିତ ସିବିଏସ୍ଇ ପୂର୍ବଜୋନାଲ ତୀରନ୍ଦାଜ ଚାମ୍ପିଅନସିପରେ ଦୁଇଟି ସ୍ୱର୍ଣ୍ଣ ଏବଂ ଗୋଟିଏ କାଂସ୍ୟପଦକ ଜିତିଛନ୍ତି।
୧୯ ବର୍ଷରୁ କମ୍ ଭାରତୀୟ ରାଉଣ୍ଡ ବର୍ଗରେ ପ୍ରତିଯୋଗିତା କରି ଖିରୋଦ ଉଲ୍ଲେଖନୀୟ ଧ୍ୟାନ ଏବଂ ସଠିକତା ପ୍ରଦର୍ଶନ କରି ଶ୍ରେଷ୍ଠ ପ୍ରଦର୍ଶନକାରୀ ଭାବରେ ଉଭା ହୋଇଛନ୍ତି।ଜଣେ ଅନୁଶାସିତ ଓ କ୍ରୀଡା - ଅନୁରାଗୀ ଛାତ୍ର ଭାବରେ, ସେ ପୂର୍ବରୁ ଜାତୀୟ ସ୍କୁଲ ତୀରନ୍ଦାଜ ଚାମ୍ପିଅନସିପରେ ପାଞ୍ଚଟି ସ୍ୱର୍ଣ୍ଣପଦକ ହାସଲ କରିବା ସହ ଗତତିନି ବର୍ଷ ଧରି ବେଦାନ୍ତର ତୀରନ୍ଦାଜ ତାଲିମ ପଦକ୍ଷେପ ଅଧୀନରେ ପ୍ରଶିକ୍ଷଣ ଗ୍ରହଣ କରୁଛନ୍ତି।
ଏହି ଅବସରରେ ବେଦାନ୍ତଆଲୁମିନା ବ୍ୟବସାୟର ସିଇଓ ପ୍ରଣବ କୁମାର ଭଟ୍ଟାଚାର୍ଯ୍ୟ କହିଛନ୍ତି, “କ୍ଷୀରୋଦର ସଫଳତା ଆମର ତୃଣମୂଳସ୍ତରୀୟ କ୍ରୀଡା ପଦକ୍ଷେପର ପରିବର୍ତ୍ତନକାରୀ ପ୍ରଭାବର ଏକ ଶକ୍ତିଶାଳୀ ପ୍ରମାଣ।ବେଦାନ୍ତରେ, ଆମେ କ୍ରୀଡା ମାଧ୍ୟମରେ ଗ୍ରାମୀଣ ଯୁବପିଢ଼ିଙ୍କୁ ସଶକ୍ତକରିବା, ଶୃଙ୍ଖଳା, ଆତ୍ମବିଶ୍ୱାସ ଏବଂ ଜାତୀୟ ଗର୍ବକୁ ପ୍ରୋତ୍ସାହିତ କରିବା ପାଇଁ ଗଭୀର ଭାବରେ ପ୍ରତିବଦ୍ଧ। ଆମେ କ୍ଷୀରୋଦର ଉତ୍ସର୍ଗ ଏବଂ ପ୍ରତିଭା ପାଇଁ ଗର୍ବିତ, ଏବଂ ଆମେ କଳାହାଣ୍ଡିରୁ ଏପରି ଆହୁରି ଅନେକ ଚାମ୍ପିଅନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିବଦ୍ଧ।"
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/07/23/khirod-2025-07-23-19-37-41.jpg)