ଓଡ଼ିଶାର କଟପ୍ପା ଗୀତ ଗାଉଥିବାର ଶୁଣିଛନ୍ତି କି? ଦେଖନ୍ତୁ ଭିଡିଓ 

କଳାହାଣ୍ଡି: ଆପଣ ଫିଲ୍ମ ବାହୁବଳୀ ଦେଖିଛନ୍ତି କି ? ଯଦି ହଁ ତେବେ ଏହାର ଏକ ଲୋକପ୍ରିୟ ଚରିତ୍ର କଟପ୍ପାଙ୍କ ବାବଦରେ ତ ଆପଣ ଜାଣିଥିବେ | ଆଜି ଆମେ ଆପଣଙ୍କୁ ଓଡ଼ିଶାର କଟପ୍ପାଙ୍କ ବାବଦରେ କହିବୁ, ଯିଏ କି ନିଜର ନୃତ୍ୟ ଓ ସ୍ୱରରେ ସମସ୍ତଙ୍କୁ ଦିୱାନା କରିଦିଅନ୍ତି | ସ୍ଥାନୀୟ ଲୋକ ତାଙ୍କୁ କଟପ୍ପା ବୋଲି ହିଁ ଡାକନ୍ତି | ଆଉ ନୂଆଖାଇ ଅବସରରେ ସେ ଏକ ନିଆରା ଗୀତ ଗାଇଛନ୍ତି | କଳାହାଣ୍ଡିର ଲୋକଭାଷାରେ ପ୍ରସ୍ତୁତ ଏହି ଗୀତଟିକୁ ଗାଇଛନ୍ତି କଳାହାଣ୍ଡି କଟପ୍ପା |

‘ଚହଟୁଛେ ହେନା ଅତର’ ର ଶୀର୍ଷକରେ ପ୍ରସ୍ତୁତ ଏହି ଗୀତକୁ ଗାଇଛନ୍ତି କଟପ୍ପା ଓରଫ ସୁନୀଲ ମହାନନ୍ଦ | କଳାହାଣ୍ଡି କଟପ୍ପା ଭାବରେ ବେଶ ପରିଚିତ ସୁନୀଲଙ୍କ ସହ କଣ୍ଠଦାନ କରିଛନ୍ତି ସୁନନ୍ଦା ମିଶ୍ର | ଭସାଣି ସହ ବିଭିନ୍ନ ଶୋଭାଯାତ୍ରାରେ ସୁନୀଲ, କଟପ୍ପା ବେଶରେ ନଜର ଆସନ୍ତି | ନିଆରା ଭାବଭଙ୍ଗୀ ସହ ତାଙ୍କର ନୃତ୍ୟ ସମସ୍ତଙ୍କୁ ଆକୃଷ୍ଟ କରିଥାଏ |


ଓଡିଶା ସମେତ ଛତିଶଗଡ଼ର ବିଭିନ୍ନ କାର୍ଯ୍ୟକ୍ରମରେ କଟପ୍ପା ଭାବେ ଅଭିନୟ କରୁଥିବା ସୁନୀଲଙ୍କୁ ସେଥିପାଇଁ ସମସ୍ତେ କଳାହାଣ୍ଡି କଟପ୍ପା ବୋଲି ହିଁ ଡାକନ୍ତି | ଚହଟୁଛେ ହେନା ଅତରକୁ ରାକେଶ ନାୟକ ଲେଖିଥିବାବେଳେ ସଂଗୀତ ନିର୍ଦ୍ଦେଶନା ବି ଦେଇଛନ୍ତି | କଳାହାଣ୍ଡିର ଭାଷାକୁ ଖୁବ ସୁନ୍ଦର ଭାବେ ସ୍ଥାନ ଦିଆଯାଇ ନୂଆଖାଇ ପାଇଁ ଏହି ଗୀତକୁ ପ୍ରସ୍ତୁତ କରାଯାଇଛି |

ସମ୍ବନ୍ଧିତ ଖବର