କେଗାଁ ମୁଖ୍ୟ ରାସ୍ତାରେ ଫାଟ

ଗୋଲାମୁଣ୍ତା: ଗୋଲାମୁଣ୍ତା ଠାରୁ କେଗାଁ ମୁଖ୍ୟରାସ୍ତା ଚପ୍ରିଆ ସାନଚେରଗାଁ ନାଳ ବ୍ରିଜକୁ ଲାଗିଥିବା କଂକ୍ରିଟ ରାସ୍ତାରେ ଫାଟ ସୃଷ୍ଟି ହୋଇଛି। ଫଳରେ ଏହି ରାସ୍ତାରେ ପ୍ରତିଦିନ ଦୁର୍ଘଟଣା ଘଟୁଛି।୧୦ ବର୍ଷ ତଳେ ଚପ୍ରିଆ ସାନଚେରଗାଁ ନାଳ ଉପରେ ନୂତନ ବ୍ରିଜ ନିର୍ମାଣ ହୋଇଥିବା ବେଳେ ସେହି ସମୟରେ ରାସ୍ତାର ଉଭୟ ପାର୍ଶ୍ବରେ ବ୍ରିଜକୁ ଲାଗି କଂକ୍ରିଟ ରାସ୍ତା ନିର୍ମାଣ ହୋଇଥିଲା। କିନ୍ତୁ ଉକ୍ତ କଂକ୍ରିଟ ରାସ୍ତାରେ ଫାଟ ସୃଷ୍ଟି ହୋଇଛି। କିଛିଦିନ ତଳେ କଂକ୍ରିଟ ଉପରେ ପିଚୁ ଦେଇ ତାହାର ମରାମତି କରାଯାଇଥିଲା। ହେଲେ ଅଳ୍ପ ଦିନରେ ପିଚୁ ଉଠି ଯିବାରୁ ରାସ୍ତା ପୁଣି ଶୋଚନୀୟ ହୋଇ ପଡ଼ିଛି। ବର୍ଷା ହେଲେ ପାଣି ଜମି ରହୁଛି। ଏ ସଂକ୍ରାନ୍ତରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ନବ କିଶୋର ବେହେରାଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରାଯିବାରୁ ତୁରନ୍ତ ମରାମତି କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର