କେସିଙ୍ଗା: କେସିଙ୍ଗା ନିର୍ବାହୀ ଅଧିକାରୀଙ୍କ ମନମୁଖୀ କାରବାର ଓ ଦୁର୍ବ୍ୟବହାରକୁ ନେଇ ବଦଳି ଦାବିରେ ବିକାଶ ମଞ୍ଚ ପକ୍ଷରୁ ଡକାଯାଇଥିବା ବନ୍ଦ ସମ୍ପୂର୍ଣ୍ଣ ସଫଳ ହୋଇଥିବାବେଳେ ସନ୍ଧ୍ୟାରେ ନିର୍ବାହୀ ଅଧିକାରୀ କିରଣ ବେହେରାଙ୍କୁ ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ ତୁରନ୍ତ ବଦଳି କରିଛନ୍ତି। ନିର୍ବାହୀ ଅଧିକାରୀ କିରଣ ବେହେରାଙ୍କ ସହରବାସୀଙ୍କ ପ୍ରତି ଲଗାତାର ଦୁର୍ବ୍ୟବହାର, କାର୍ଯ୍ୟରେ ଅସହଯୋଗ ନେଇ ଲୋକେ ବାରମ୍ବାର ଅଭିଯୋଗ କରି ଆସୁଥିଲେ। କିଛି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଶେଷରେ ଲୋକେ ଏନ ଏ ସି ସମ୍ମୁଖରେ ଗଣ ଧାରଣାରେ ବସିବା ପରେ ଆଜି କେସିଙ୍ଗା ବନ୍ଦର ଆହ୍ୱାନ ଦେଇଥିଲେ।
ଏହି ବନ୍ଦରେ ସହରର ସମସ୍ତ ଦୋକାନ ବଜାର ବନ୍ଦ ହୋଇଥିଲା। ସବୁ ରାଜନୈତିକ ଦଳ, ବୁଦ୍ଧିଜୀବୀ ସ୍ୱତଃ ଆନ୍ଦୋଳନରେ ସାମିଲ ହୋଇ ରାଜରାସ୍ତାକୁ ଓହ୍ଲା ଇଥିଲେ। ଫଳରେ ସମସ୍ତ ଜାନ ବାହାନ ,ଦୋକାନ ବଜାର ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ଓ ସ୍କୁଲ ଆଦି ବନ୍ଦ ରହିଥିଲା। ଜିଲ୍ଲାପାଳ ପି ଅନ୍ୱେଷା ରେଡି କେସିଙ୍ଗା ନିର୍ବାହୀ ଅଧିକାରୀଙ୍କୁ ରିଲିଭ କରାଯିବ ବୋଲି ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଜରିଆରେ ସୂଚନା ଦେଇଥିଲେ। ପରେ ଆନ୍ଦୋଳନକାରୀମାନେ ଆନ୍ଦୋଳନରୁ ହଟିଥିଲେ। ସନ୍ଧ୍ୟାରେ ରାଜ୍ୟ ନଗର ଉନ୍ନୟନ ବିଭାଗ ତାଙ୍କୁ ସାଙ୍ଗେ ସାଙ୍ଗେ ରିଲିଭ କରି ବିଭାଗରେ ଯୋଗଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଆଜିର ଆନ୍ଦୋଳନରେ ଚାମ୍ବର ଅଫ୍ କମର୍ସର ସଭାପତି ରାମ କୁମାର ଜୈନ, ପୂର୍ବତନ ନଗରପାଳ ସରିତା ସିନ୍ଦୁର, ପୂର୍ବତନ ଉପ ନଗରପାଳ ଗୋବିନ୍ଦ ବନଛୋର,ଟାଉନ ବିଜେଡି ସଭାପତି ରମେଶ ଚନ୍ଦ୍ର ପଟ୍ଟନାୟକ, ଟାଉନ କଂଗ୍ରେସ ସଭାପତି ସୁବାସ ଜୈନ, ଟାଉନ ବିଜେପି ସଭାପତି ମଗନ୍ ସିନ୍ଦୁର, ପୂର୍ବତନ ଉପ ନଗରପାଳ ସୂର୍ଯ୍ୟକାନ୍ତ ଦାସ,ସାମ୍ୱାଦିକ ମହାସଂଘ କାର୍ଯ୍ୟକାରୀ ସଭାପତି ଦୟାନିଧି ସୁନାନୀ, ସମ୍ପାଦକ ଡମ୍ବରୁ ଭୋଇ,ସଂଗ୍ରାମ ଦେଓ,ମହମ୍ମଦ ଅଗାଯାନ,ମଧୁ ଠାକୁର, ମଧୁ ସିନ୍ଦୁର,ଅନୀଲ ସାହୁ,ବେତାଵ, ତେଜରାଜ ସାହୁ ଆଦି ବହୁ ବ୍ୟକ୍ତି ବିଶେଷ ଆନ୍ଦୋଳନର ନେତୃତ୍ୱ ନେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/k.png)