କେସିଙ୍ଗା: ପିସି କାରବାର, ଦୁର୍ନୀତି, ଅନିୟମିତତା ଚାଲିଥିବା ଅଭିଯୋଗ କରି ଏହାର ପ୍ରତିବାଦରେ ଶୁକ୍ରବାର କେସିଙ୍ଗାରେ ବିଜେପି ପକ୍ଷରୁ ବିେକ୍ଷାଭ ପ୍ରଦର୍ଶନ କରାଯାଇଇଛି। ବ୍ଲକ ଅଫିସ ଘେରାଉ କରାଯିବା ସହିତ ଦଳୀୟ ନେତା ଓ କର୍ମୀମାନେ ବ୍ଲକ୍ ଏବଂ ଏନ୍ଏସି ଅଫିସକୁ ଧସେଇ ପଶିଥିଲେ। ସେହିପରି ବ୍ଲକ ଅଫିସ ପରିସରରେ ଲାଗିଥିବା ବିଭିନ୍ନ ସରକାରୀ ଯୋଜନାର ବ୍ୟାନର ପୁଲିସ ଉପସ୍ଥିତିରେ ଚିରି ଦେଇଥିବା ଅଭିଯୋଗ ହୋଇଛି। ଫଳରେ ସେଠାରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା।
ବିଜେପିର ଏକ ଶୋଭାଯାତ୍ରା ସ୍ଥାନୀୟ ଅମ୍ବାଜୀ ମନ୍ଦିରରୁ ବାହାରି ସଭାସ୍ଥଳରେ ପହଞ୍ଚିଥିଲା। ସେପଟେ ବୋରିଙ୍ଗପଦର ଠାରୁ ଏନଏସି ଉପାଧ୍ୟକ୍ଷ ଗୋବିନ୍ଦ ବନଛୋରଙ୍କ ତତ୍ତ୍ବାବଧାନରେ ଆଉ ଏକ ବାଇକ ଶୋଭାଯାତ୍ରା ସଭାସ୍ଥଳରେ ପହଞ୍ଚିଥିଲା। ଟାଉନ ସଭାପତି ସତ୍ୟବ୍ରତ ଦାସଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି ଘେରାଉ ଓ ବିକ୍ଷୋଭରେ ଜିଲ୍ଲା ବିଜେପି ସଭାପତି ପ୍ରଦୀପ୍ତ ନାଏକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ନମିତାରାଣୀ ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଆର୍ତତ୍ରାଣ ମହାପାତ୍ର, ରାଜ୍ୟ ସଦସ୍ୟା ସରିତା ସିନ୍ଦୁର, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ସନ୍ତୋଷ ଦାଶ, ପୂର୍ବ ସଭାପତି ଭୂବେନ୍ଦ୍ର ପଣ୍ତା, ଅଜୟ ପାଣିଗ୍ରାହୀ, ସାଧାରଣ ସମ୍ପାଦକ ବସନ୍ତ ପୁରୋହିତ, ଯୁଗଳ ପୋଢ, ଶ୍ରୀକାନ୍ତ ହୋତା, ସୂରଜ ସେଟ୍, ପୁରନ୍ଦର ରଣା ପ୍ରମୁଖ ରାଜ୍ୟସରକାରଙ୍କ ବିରୋଧରେ ବିଷୋଦ୍ଗାର କରିଥିଲେ। ଏ ସମ୍ପର୍କରେ ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସି˚ଦେଓଙ୍କୁ ପଚାରିବାରୁ ସରକାରୀ କାର୍ଯ୍ୟାଳୟରେ ପଶି ସରକାରୀ ବ୍ୟାନର ଚିରିବା ଦୁର୍ଭାଗ୍ୟଜନକ, ଲୋକେ ସଠିକ୍ ସମୟରେ ଠିକଣା ଜବାବ ଦେବେ ବୋଲି କହିଥିଲେ।
କେସିଙ୍ଗା ବ୍ଲକ୍ ଓ ଏନ୍ଏସିରେ ବିଜେପିର ବିକ୍ଷୋଭ :ଅଫିସକୁ ଧସେଇ ପଶିଲେ, ବ୍ୟାନର୍ ଚିରିଲେ
/sambad/media/post_attachments/wp-content/uploads/2018/11/kld.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)