ଅପହୃତା ନାବାଳିକା ଦିଲ୍ଲୀରୁ ଉଦ୍ଧାର

ଜୁନାଗଡ଼: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରର ଜଣେ ନାବାଳିକାଙ୍କୁ ଆମ୍ବଗଛପଡ଼ାର ଜଣେ ଯୁବକ ଅପହରଣ କରିବା ଓ ପରେ ପୁଲିସ ଦ୍ୱାରା ନୂଆଦିଲ୍ଲୀ ରେଳଷ୍ଟେସନରେ ଧରାପଡ଼ିିଥିବା ଜଣାଯାଇଛି। ସହରର ଜଣେ ନାବାଳିକାଙ୍କୁ ଆମ୍ବଗଛପଡ଼ାର ବିଶ୍ୱଜିତ ଶର୍ମା ଅପହରଣ କରିଥିବା ନେଇ ଗତ ୨୪ ତାରିଖ ଦିନ ନାବାଳିକାଙ୍କ ବାପା ଜୁନାଗଡ଼ ଥାନାରେ ଏତଲା ଦେଇଥିଲେ। ଏତଲାକୁ ଆଧାର କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା। ତେବେ ଦିଲ୍ଲୀ ରେଳଷ୍ଟେସନ ନିକଟରେ ନାବାଳିକାଙ୍କ ସହ ଅପହରଣକାରୀ ଯୁବକ ରହିଥିବା ଜୁନାଗଡ଼ ପୁଲିସ ଖବର ପାଇଥିଲା। ଜୁନାଗଡ ପୁଲିସ ପ୍ରଶାସନ ପକ୍ଷରୁ ଏକ ଟିମ ଗଠନ କରାଯାଇ ନୂଆଦିଲ୍ଲୀକୁ ଯାଇ ଉଭୟଙ୍କୁ ଉଦ୍ଧାର କରିଥିଲା। ଉଦ୍ଧାର ପରେ ଅପହରଣକାରୀ ଯୁବକଙ୍କୁ ଜୁନାଗଡ଼ ଥାନାରେ ଅଟକ ରଖି ପଚରାଉଚୁରା କରାଯାଉଛି। ଏ ନେଇ ଜୁନାଗଡ଼ ଥାନାରେ ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି ବୋଲି ପୁଲିସ ଏଏସ୍‌ଆଇ ପୀତବାସ ଶବର ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର